ଏହି ବ୍ୟାଙ୍କରେ ଆକାଉଣ୍ଟ ଥିଲେ ମିଳିବ ଏହି ସବୁ ସୁବିଧା

bank

ମେଟ୍ରୋ ଟିଭି ଓଡିଶା (୧ .୩ .୨୦୨୨)

: ବ୍ୟାଙ୍କ ଅଫ ବରୋଦା, ଏସବିଆଇ ଓ ଏଚଡ଼ିଏଫସି ବ୍ୟାଙ୍କରେ କୌଣସି ଆକାଉଣ୍ଟ ଅଛି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ବ୍ୟାଙ୍କ ଅଫ ବରୋଦା ଜିଡିପି ଉପରେ ନିଜ ସୁଧହାର ପରିବର୍ତ୍ତନ କରିଛି । ଆପଣଙ୍କୁ କହି ରଖିବା ଉଚିତ ହେବ କି ବୟସ୍କ ବ୍ୟକ୍ତି ମାନଙ୍କୁ ବ୍ୟାଙ୍କ କତ୍ତୃପକ୍ଷଙ୍କ ତରଫରୁ ୦.୫୦ ପ୍ରତିଶତ ଅତିରିକ୍ତ ସୁଧ ଯୋଗାଇ ଦିଆଯାଉଛି । ଯେବେକି ଫେବୃଆରୀ ୨୫ ତାରିଖ ଠାରୁ ଫିକ୍ସଡ ଡିପୋଜିଟ ଉପରେ ବ୍ୟାଙ୍କ ଅଫ ବରୋଦା ତାର ସୁଧହାରରେ ପରିବର୍ତ୍ତନ ଆଣିଛି । ଏହି ପରିବର୍ତ୍ତନ ପରେ ବିଓବି ଏଫଡ଼ି ସୁଧ ହାର ୨.୮୦ ପ୍ରତିଶତରୁ ୫ .୨୫ ପ୍ରତିଶତକୁ ବୃଦ୍ଧି ପାଇଥିବା ନେଇ ଜଣାଯାଇଛି । ଯାହାକି ୭ ରୁ ୧୦ ଦିନ ଭିତରେ ମ୍ୟାଚ୍ୟୁରିଟି ଲାଭ କରିବ ।

କହିରଖିବା ଉଚିତ ହେବକି ବର୍ତ୍ତମାନ ସମୟରେ ବ୍ୟାଙ୍କ ନିଜ ଫିକ୍ସଡ଼ ଡିପୋଜିଟ ଉପରେ ୨ .୮୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଯୋଗାଇ ଆସୁଛି | ଯାହାର ମ୍ୟାଚ୍ୟୁରିଟି ୭ ରୁ ୪୫ ଦିନ ଭିତରେ ହେବ । ଏମିତି ପରିସ୍ଥିତିରେ ବ୍ୟାଙ୍କ ତରଫରୁ ପରିବର୍ତ୍ତନ ଅଣାଯିବା ପରେ ୪୬ ଦିନରୁ ୧୮୦ ଦିନ ମଧ୍ୟର ମ୍ୟାଚ୍ୟୁରିଟି ଉପରେ ୩ .୭ ପ୍ରତିଶତର ସୁଧ ଓ ୧୮୧ ରୁ ୨୭୦ ଦିନର ମ୍ୟାଚ୍ୟୁରିଟି ଉପରେ ୪ .୩୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଯୋଗାଇ ଦିଆଯିବ । ଯେବେକି ୨୭୧ ଦିନରୁ ୧ ବର୍ଷ ମଧ୍ୟର ଏଫଡ଼ି ଉପରେ ୪ .୪ ପ୍ରତିଶତ ପର୍ଯ୍ୟନ୍ତ ସୁଧହାର ଯୋଗାଇ ଦିଆଯାଉଛି । ଏହାବାଦ ଏକ ବର୍ଷ କିମ୍ବା ଏହା ଠାରୁ ଅଧିକ ଅବଧିର ମ୍ୟାଚ୍ୟୁରିଟି ଉପରେ ୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଯୋଗାଇ ଦିଆଯିବ । ସମାନ ପରିସ୍ଥିତିରେ ଏକ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତର ଅବଧି ଉପରେ ୫ .୧ ପ୍ରତିଶତର ସୁଧ ଯୋଗାଇ ଦିଆଯାଉଛି ।