ଆଇଟି ଉପରେ ଚଡ଼କ, ୨୦ହଜାର କର୍ମଚାରୀଙ୍କ ଛଟେଇ କରିବ ଆମାଜନ !

ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ଚଡ଼କ ପଡ଼ିଛି । କରୋନା ପରେ ବେପାର ମାନ୍ଦା ରହିଥିବାରୁ ଆମାଜନ ୨୦ ହଜାରରୁ ଅଧିକ କର୍ମଚାରୀଙ୍କର କରିପାରେ ଛଟେଇ ବୋଲି ଆଶଙ୍କା ପ୍ରକାଶ ପାଇଛି। କମ୍ପାନୀର ଅନେକ ବିଭାଗରେ ଛଟେଇ କରିବା ପାଇଁ ସର୍ଟଲିଷ୍ଟ କରାଯାଉଛି। ଏଥିରେ ଡିଷ୍ଟ୍ରିବ୍ୟୁସନ ସେଣ୍ଟର , ଟେକ୍ନୋଲଜି ଷ୍ଟାଫ୍‌ ଓ କର୍ପୋରେଟ୍ ଏଗଜୁକ୍ୟୁଟିଭର କର୍ମଚାରୀ ସାମିଲ ଅଛନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବିକ , ଆମାଜନର ସିଇଓ ଆଣ୍ଡି ଜେସି ନିକଟରେ ଏହି କଥାର ସ୍ପଷ୍ଟ କରିଥିଲେ କି କମ୍ପାନୀ ଅନେକ ବିଭାଗର କର୍ମଚାରୀଙ୍କ ଛଟେଇ କରିବାକୁ ପ୍ରସ୍ତୁତ କରୁଛି , କିନ୍ତୁ ସେ ଛଟେଇ ହେବାକୁ ଯାଉଥିବା କର୍ମଚାରୀଙ୍କ ସଂଖ୍ୟା ବିଷୟରେ କହି ନଥିଲେ। ଏବେ ଏକ ତାଜା ରିପୋର୍ଟରେ ଦାବି କରାଯାଉଛି କି ଏହି ଛଟେଇ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆମାଜନ ସବୁ ସ୍ତରରେ ଲୋକଙ୍କୁ ବାହାର କରିବାକୁ ଯୋଜନା କରୁଛି , ଯେଉଁଥିରେ ସବୁଠୁ ଉଚ୍ଚ ପଦରେ ଥିବା ଲୋକ ମଧ୍ୟ ସାମିଲ ଅଛନ୍ତି।