ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ସପ୍ତାହ କାରବାରର ୩ୟ ଦିନରେ ଘରୋଇ ଶେୟାର ବଜାର ଏକ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଶେୟାର ବଜାରର କାରବାର ସର୍ବୋଚ୍ଚସ୍ତରରେ ପହଞ୍ଚଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ ସେନ୍ସେକ୍ସ ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ୭୫,୦୦୦(୭୫,୦୩୮.୧୫) ଅଙ୍କ ଅତିକ୍ରମ କରିଥିଲାବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ବା ଏନ୍ଏସ୍ଇ ନିଫ୍ଟି-୫୦ର କାରବାର ମଧ୍ୟ ୨୩,୦୦୦ (୨୨,୭୫୩.୮୦) ଅଙ୍କର ନିକଟବର୍ତ୍ତୀ ହୋଇଛି। ବିଶେଷକରି ଘରୋଇ ଶେୟାର ବଜାର କାରବାର ମଙ୍ଗଳବାର ସକାଳ ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ଉଚ୍ଚା ରହିଥିଲା ବେଳେ ବିଏସ୍ଇର ଶ୍ରେଷ୍ଠ ୩୦ ନିବେଶକ ବିଶିଷ୍ଟ ସେନ୍ସେକ୍ସ (୩୦-ସେନ୍ସେକ୍ସ) ର କାରବାର ଏବଂ ଏନ୍ଏସ୍ଇ ନିଫ୍ଟି-୫୦ର କାରବାରରେ ମଧ୍ୟ ଅଭିବୃଦ୍ଧି ଘଟିଥିଲା। ଏପରିକି ବିଏସ୍ଇ ସେନ୍ସେକ୍ସର ଆଇଟିସି, କୋଟାକା ବ୍ୟାଙ୍କ, ଏସ୍ବିଆଇ,ଟେକ ମହିନ୍ଦ୍ରା,ଭାରତୀ ଏୟାରଟେଲ,ଏସିଆନ ପେଣ୍ଟସ,ଜେଏସଡବ୍ଲ୍ୟୁ ଷ୍ଟିଲ,ଇନ୍ଫୋସିସ ଏବଂ ରିଲାଏନ୍ସ ଭଳି ଅଗ୍ରଣୀ ନିବେଶକଙ୍କ ପୁଞ୍ଜି ୧ର୨% ବୃଦ୍ଧି ଘଟିଥିଲାବେଳେ ସେକ୍ଟରାଲ କ୍ଷେତ୍ରରେ ମଧ୍ୟ ନିବେଶକମାନେ ପୂର୍ବ ଦିନର କାରବାର ଠାରୁ ଅଧିକ ଲାଭ ହାସଲ କରିଥିବାରୁ ବଜାରରେ ଉତ୍ସାହ ବଢିଥିଲା। ସେହିପରି ଏନ୍ଏସ୍ଇ ନିଫ୍ଟିରେ ମଧ୍ୟ ଉଚ୍ଚ ଅଭିବୃଦ୍ଧି ସହ ନିଫ୍ଟି ମିଡକ୍ୟାପ ୪୮୫.୭୦ ପଏଣ୍ଟ ବଢି ୫୦,୭୮୦.୪୦ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୬୮.୮୫ ପଏଣ୍ଟ ବଢି ୭୬୫୭.୪୦ ଅଙ୍କ ଏବଂ ନିଫି ବ୍ୟାଙ୍କିଙ୍ଗ୍ରେ ୨୫୬.୦୫ ପଏଣ୍ଟ ବୃଦ୍ଧି ଘଟି ୪୮,୯୮୬.୬୦ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଫଳରେ ଉଭୟ ଏନ୍ଏସ୍ଇ ଓ ବିଏସ୍ଇରେ କାରବାର ବୃଦ୍ଧି ଯୋଗୁ ପୁଞ୍ଜିବଜାରରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇବା ସହ ଷ୍ଟକ ମାକେର୍ଟ ଏକ ଐତିହାସିକ ସଫଳତା ଅତିକ୍ରମ କରିପାରିଥିଲା ବୋଲି ପୁଞ୍ଜି ବଜାରର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post
Next Post