ବଲିଉଡର ହିଟ୍ ଯୋଡ଼ିମାନଙ୍କ ମଧ୍ୟରୁ ଖିଲାଡି କିଙ୍ଗ୍ ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ଟ୍ବିଙ୍କିଲ୍ ଖାନ୍ନାଙ୍କ ଯୋଡ଼ି ଅନ୍ୟତମ। ଏବେ ସଫଳ ଦାମ୍ପତ୍ୟ ଜୀବନ ଜିଉଁଥିବା ଅକ୍ଷୟ କିନ୍ତୁ ଯୁବାବସ୍ଥାରେ ଚପଳ ଥିଲେ। ବିବାହିତ ଥିବା ସତ୍ତ୍ୱେ ନାୟିକାମାନଙ୍କ ପ୍ରେମରେ ପଡ଼ିଯାଉଥିଲେ। ଅନେକ ନାୟିକାଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଚର୍ଚ୍ଚାରେ ରହୁଥିଲା। ସେଥିରୁ ଜଣେ ଥିଲେ ପ୍ରିୟଙ୍କା ଚୋପ୍ରା।ଦିନ ଥିଲା ପ୍ରିୟଙ୍କାଙ୍କ ଯୋଗୁ ଅକ୍ଷୟ-ଟ୍ବିଙ୍କିଲଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ପ୍ରିୟଙ୍କାଙ୍କ ସହ ବଢ଼ିଚାଲିଥିବା ସମ୍ପର୍କ ଟ୍ବିଙ୍କିଲଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଏହାକୁ ନେଇ ଘରେ ବଚସା ହୋଇଥିଲା। ସ୍ବାମୀ ଅକ୍ଷୟଙ୍କୁ ସେ ଚେତାଇ ମଧ୍ୟ ଦେଇଥିଲେ। ହେଲେ ସେସବୁର ଅକ୍ଷୟଙ୍କ ଉପରେ ପ୍ରଭାବ ପଡ଼ି ନ ଥିଲା। ଦୁହେଁ ଲଗାତର ଭାବେ ଫିଲ୍ମ କରୁଥିଲେ।ଫିଲ୍ମ ‘ଅଜନବୀ’ରୁ ଅକ୍ଷୟ-ପ୍ରିୟଙ୍କା ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ଏହା ବଢ଼ି ଚାଲିଥିଲା। ଫିଲ୍ମ ‘ବକ୍ତ’ ସମୟରେ ଟ୍ବିଙ୍କିଲ ବେଶ ରାଗି ଯାଇଥିଲେ। ଏପରିକି ସେ ଶୁଟିଂ ସେଟ୍ରେ ପ୍ରିୟଙ୍କାଙ୍କୁ ଚାପୁଡ଼ା ମାରିବାକୁ ପହଞ୍ଚି ଯାଇଥିଲେ। ହେଲେ ସେତେବେଳେ ଅଭିନେତ୍ରୀ ଆସି ନ ଥିବାରୁ ଝଗଡ଼ା ହୋଇପାରି ନ ଥିଲା। ମାତ୍ର ଅକ୍ଷୟ ଉକ୍ତଦିନ ପ୍ରିୟଙ୍କାଙ୍କଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲେ। ତାହା ହିଁ ହୋଇଥିଲା।
Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Prev Post
Next Post