ସମ୍ପତ୍ତି ଦାନ କରିବେ ଅଲ୍ଟମ୍ୟାନ୍ବୋ

ବିଶ୍ବର ସବୁଠୁ ଚର୍ଚ୍ଚିତ ତଥା ଲୋକପ୍ରିୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍‌ ଚାଟ୍‌ଜିପିଟି ବିକାଶ କରିଥିବା ଆମେରିକାର ସଂସ୍ଥା ଓପନ୍‌ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍‌ ନିଜର ଅଧିକାଂଶ ସମ୍ପତ୍ତି ଦାନ କରିବେ। ଏନେଇ ସେ ସଂକଳ୍ପ କରିଛନ୍ତି। ଫୋର୍ବସ୍‌ ତଥ୍ୟ ଅନୁସାରେ ଅଲ୍ଟମ୍ୟାନ୍‌ଙ୍କ ପାଖରେ ୧୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତି ରହିଛି। ଦାତବ୍ୟ କାର୍ଯ୍ୟ ଲାଗି ନିଜ ସମ୍ପତ୍ତି ଦାନ କରିବାକୁ ସେ ନିଜ ଜୀବନସାଥୀ ଓଲିଭର ମୁଲେରିନ୍‌ଙ୍କ ସହ ମିଶି ଏହି ସଂକଳ୍ପ କରିଛନ୍ତି। ଏହି ଘୋଷଣା ସହ ସେ ବିଶ୍ବର କିଛି ହାତ ଗଣତି ଧନୀଙ୍କ ତାଲିକାରେ ସାମିଲ ହୋଇଛନ୍ତି ଯେଉଁମାନେ ସମାଜର କଲ୍ୟାଣ ପାଇଁ ନିଜ ସମ୍ପତ୍ତି ଦାନ କରିବାକୁ ଘୋଷଣା କରିଛନ୍ତି।