ବିଜେଡିରେ କିଏ ତାଙ୍କ ଉତ୍ତରାଧିକାରୀ ହେବ, ଏହାଙ୍କ ନେଇ ଆଲୋଚନା ଚାଲିଥିବା ବେଳେ ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ନବୀନ କହିଛନ୍ତି ”ମୋ ଉତ୍ତରାଧିକାରୀ ଭିକେ ପାଣ୍ଡିଆନ ନୁହନ୍ତି, ପାଣ୍ଡିଆନ ନିର୍ବାଚନରେ ମଧ୍ୟ ଛିଡ଼ା ହୋଇ ନାହାନ୍ତି। ତେଣୁକରି ଏ କଥାକୁ କାହିଁକି ବଢ଼ାଇଚଢ଼ାଇ କୁହାହେଉଛି ବୁଝା ପଡୁନାହିଁ।ଭବିଷ୍ୟତରେ ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ। ଏହା ସହିତ ସ୍ବାସ୍ଥ୍ୟ ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ମୁଁ ସୁସ୍ଥ ଅଛି, ମୋ ସ୍ବାସ୍ଥ୍ୟାବସ୍ଥା ପୁରା ଭଲ ଅଛି। ବିରୋଧୀମାନେ କେବଳ ଅପପ୍ରଚାର କରୁଛନ୍ତି। ମୁଁ ୨୭ ବର୍ଷ ହେବ ଦଳର ସଭାପତି, ସୁସ୍ଥ ରହିଲେ ଆଗକୁ ମଧ୍ୟ ଏହି ଦାୟିତ୍ୱ ତୁଲାଇବି ଏବଂ ମୋ ପରେ ବି ଲୋକଙ୍କ ପାଇଁ କାମ କରିବ ବିଜେଡି।ଏହା ବ୍ୟତୀତ ନିର୍ବାଚନରେ ବହୁତ ଭଲ ରେଜଲ୍ଟ କରିବୁ ବୋଲି ନବୀନ କହିଛନ୍ତି। ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଦଳ ସଂଖ୍ୟାଗରିଷ୍ଠ ହାସଲ କରିବ। ତେବେ ଗତ ୧୦ ବର୍ଷ ଧରି ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର ହେଉଛି । ଭାଜପା କ୍ଷମତାକୁ ଆସିନପାରିବାରୁ ହତାଶ ହୋଇପଡ଼ି ଏପରି ପ୍ରଚାର କରୁଛନ୍ତି।ତେବେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଉଠାଇଥିବା ପ୍ରଶ୍ନର ମଧ୍ୟ ନବୀନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ”କିଛି ଦିନ ତଳେ ପ୍ରଧାନମନ୍ତ୍ରୀ କହିଥିଲେ ସେ ମୋର ଭଲ ବନ୍ଧୁ, ତେଣୁକରି ମୋର ସ୍ୱାସ୍ଥ୍ୟ ନେଇ ଚିନ୍ତା ଥିଲେ ସେ ମୋତେ କଲ କରି କଥା ହୋଇ ଥାନ୍ତେ, କିନ୍ତୁ ସେ ଏହା ନ କରି ନିର୍ବାଚନୀ ସଭାରେ ନିଜର ଭୋଟ ବ୍ୟାଙ୍କ ପାଇଁ ଏପରି କହୁଛନ୍ତି।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ