ମେଟ୍ରୋ ଓଡିଶା (୮ .୪.୨୦୨୨) :
ଏବେ ଗରମ, ଗୁଳୁଗୁଳି ଯେଭଳି ହେଉଛି, ଏସି ଓ କୁଲର ବିନା ରହି ହେବ ନାହିଁ। କିଛି ଲୋକ ଏସି କିଣୁଛନ୍ତି ତ ଆଉ କିଛି ଲୋକ କୁଲର। ଯେଉଁମାନଙ୍କ ପାଖରେ ଏସିର ବଜେଟ୍ ନାହିଁ, ସେମାନେ କୁଲର ଆଡ଼କୁ ଯାଉଛନ୍ତି। କିନ୍ତୁ ସିଜନ ଆରମ୍ଭରୁ ହିଁ କୁଲର ବି ମହଙ୍ଗା ହୋଇ ଯାଇଛି। କମ୍ ଦାମ୍ରେ ଭଲ କୁଲର ଖଣ୍ଡିଏ ମିଳିବା ବଡ଼ କଷ୍ଟକର। ଏମିତିରେ ଆପଣଙ୍କ ସମସ୍ୟାକୁ ଦୂର କରିବା ପାଇଁ ଆମେ ଏକ ବେଷ୍ଟ୍ ଅପସନ ନେଇ ଆସିଛୁ। ଏହି କୁଲର ଦେଖିବାରେ ତ ବହୁତ ଛୋଟ, କିନ୍ତୁ କାମ ଏସି ଭଳି କରିଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ।

ଏହି କୁନି କୁଲର ବାକି କୁଲର ଠାରୁ ଅଲଗା। ଏଥିରେ କଟନ ଫିଲ୍ଟର ରହିଛି, ଯାହା ଆପଣଙ୍କୁ ସ୍ୱଚ୍ଛ ତଥା ଥଣ୍ଡା ପବନ ଦେବାରେ ସାହାଯ୍ୟ କରି ପାରେ। ଏହି ବିଲ୍କୁଲ କମ୍ ଶବ୍ଦରେ ବି ଅଧିକ ପବନ ଦେଇଥାଏ। ସବୁଠାରୁ ଖାସ୍ କଥା ହେଉଛି, ଏହି କୁଲର ବ୍ୟବହାର ଦ୍ୱାରା ବିଜୁଳି ବିଲ୍ ମଧ୍ୟ ଅଧିକ ଆସି ନ ଥାଏ। ଏଥିରେ ନାଇଟ୍ ଲାଇଟ୍ ବି ଦିଆଯାଇଛି, ଯାହା ରାତିରେ ରୁମ୍କୁ କମ୍ ଆଲୋକିତ କରିବ। ଥଣ୍ଡା ପବନ ପାଇବା ପାଇଁ ଆପଣଙ୍କୁ କୁଲରରେ ଏକ ମଗ୍ ପାଣି ଏବଂ କିଛି ଆଇସ୍ କ୍ୟୁବ୍ ପକାଇବାକୁ ହେବ। ଯଦି ଆପଣ ପାଣି ଏବଂ ବରଫ ପକାଇବେ ନାହିଁ, ତ କୁଲର ଫ୍ୟାନ ଭଳି ଚାଲିବ। କୁଲରକୁ ଲୋ, ମିଡିୟମ୍ ଏବଂ ହାଇ ସ୍ପୀଡ୍ରେ ଚଲାଯାଇ ପାରିବ।

କୁଲରର ଲଞ୍ଚିଙ୍ଗ୍ ପ୍ରାଇଜ୍ ରହିଛି ୫,୨୯୯ ଟଙ୍କା, କିନ୍ତୁ ଆମାଜନରେ ଏହାକୁ ୩୮ ପ୍ରତିଶତ ରିହାତି ଦରରେ ଅର୍ଥାତ୍ ୩,୨୯୯ ଟଙ୍କାରେ କିଣାଯାଇ ପାରିବ। କହିବାକୁ ଗଲେ, କୁଲର ଉପରେ ପୂରା ୨ ହଜାର ଟଙ୍କାର ରିହାତି ମିଳୁଛି। ଆପଣ ଏହାକୁ ପ୍ରତି ମାସରେ ନ୍ୟୂନତମ ୧୫୫ ଟଙ୍କା ଦେଇ ମଧ୍ୟ କିଣି ପାରିବେ। ଏହାକୁ ୟୁଏସ୍ବିରେ ସହଜରେ କନେକ୍ଟ କରାଯାଇ ପାରିବ। ଏହି କୁଲରକୁ ଆପଣ ମୋବାଇଲ ଚାର୍ଜର, କାର୍ ଚାର୍ଜର, ପାଓ୍ଵାର ବ୍ୟାଙ୍କ ନଚେତ୍ ଲାପ୍ଟପରୁ ଚଲାଇ ପାରିବେ।