ଭାରତରେ ଲଞ୍ଚ ହେଲା Redmi 10

ମେଟ୍ରୋ ଟିଭି ଓଡିଶା (୧୭ .୩ . ୨୦୨୨) : ରେଡମୀ ଭାରତରେ ଏହାର ନୂଆ ବଜେଟ ସ୍ମାର୍ଟଫୋନ ଲଞ୍ଚ କରିଛି । କମ୍ପାନୀର ଏହି ନୂଆ ସ୍ମାର୍ଟଫୋନ ହେଉଛି Redmi 10 ସ୍ମାର୍ଟଫୋନକୁ ବଜେଟ୍ ଦାମରେ ଲଞ୍ଚ କରିଛି । ଯାହାକୁ ଆକର୍ଷକ ଫିଚର୍ସ ସହ ଲଞ୍ଚ କରାଯାଇଛି । ଏହି ଫୋନରେ 50 MPର କ୍ୟାମେରା ରହିଛି । ସେହିଭଳି ଦମଦାର ପ୍ରୋସେସର ବ୍ୟାଟେରୀ ମଧ୍ୟ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ସ୍ମାର୍ଟଫୋନର ଦାମ ଏବଂ ଫିଚର୍ସ ।ରେଡମୀ ଏହି ଫୋନକୁ ଦୁଇଟି ଭ୍ୟାରିଏଣ୍ଟରେ ଲଞ୍ଚ କରିଛି ।

ଏହାର ୪ ଜିବି+୬୪ ଜିବି ଷ୍ଟୋରେଜ ଯାହାର ଦାମ ୧୦,୯୯୯ ଟଙ୍କା ଏବଂ ଅନ୍ୟ ଏକ ଭ୍ୟାରିଏଣ୍ଟ ୬ ଜିବି+୧୨୮ ଜିବି ଯାହାର ଦାମ୍ ୧୨,୯୯୯ ଟଙ୍କା ରହିଛି । ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ଇଏମଆଇ ଟ୍ରାଞ୍ଜାକ୍ସନରେ ଫୋନରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଛାଡ଼ ମିଳିବ । ଏହି ଫୋନର ଫ୍ଲିପକାର୍ଟ ଏବଂ mi.com ରୁ କିଣିପାରିବେ । ଏହାର ପ୍ରଥମ ସେଲ ୨୪ ମାର୍ଚ୍ଚରୁ ଆରମ୍ଭ ହେବ ।