ଅନଲାଇନ୍ କାରବାର ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ବେଳେ ସେହି ଅନୁପାତରେ ଅନଲାଇନ୍ ଠକଙ୍କର ପ୍ରାଦୁର୍ଭାବ ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଅନଲାଇନ୍ ଫ୍ରଡଙ୍କୁ ସାବାଡ଼ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଆପଣଙ୍କୁ ଅନଲାଇନ୍ କାରବାର ପାଇଁ ଆଉ ୱାନ୍ ଟାଇମ୍ ପାସୱାର୍ଡ (ଓଟିପି) ଦେବାକୁ ପଡ଼ିବ ନାହିଁ ।ସାଧାରଣ ଭାବେ ଅନଲାଇନ ଟ୍ରାଞ୍ଜାକସନ କରିବା ସମୟରେ ଗ୍ରାହକଙ୍କ ମୋବାଇଲ ବା ଇ-ମେଲକୁ ଏକ ଓଟିପି ଆସିଥାଏ । ଉକ୍ତ ଓଟିପିକୁ ଦେବା ପରେ ଅନଲାଇନ୍ କାରବାର ସୁରକ୍ଷିତ ହୋଇଥାଏ ବୋଲି ଆମେ ଜାଣିଥାଉ । ତେବେ ଅନେକ ସମୟରେ ଓଟିପିରେ ମଧ୍ୟ ଠକାମି ହେଉଥିବା ଖବର ସାମ୍ନାକୁ ଆସିଛି । ତେଣୁ ଆରବିଆଇ ଓଟିପି ପ୍ରକ୍ରିୟାକୁ ବନ୍ଦ କରିବାକୁ ଯାଉଛି । ଏଥିସହିତ ଅଧିକ ସୁରକ୍ଷା ଥିବା ପଦ୍ଧତି ଆଣିବାକୁ ଆରବିଆଇ ଯୋଜନା କରୁଛି । ଫଳରେ ଗ୍ରାହକଙ୍କର ଅନଲାଇନ୍ କାରବାର ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ରହିପାରିବ ବୋଲି କୁହାଯାଉଛି ।ବର୍ତ୍ତମାନ ସମୟରେ ଯେ କୌଣସି ଅନଲାଇନ୍ କାରବାର ପାଇଁ ଗ୍ରାହକଙ୍କ ନିକଟକୁ ଏସଏମଏସ ମାଧ୍ୟମରେ ଓଟିପି ଆସିଥାଏ । ଅନଲାଇନ ପେମେଣ୍ଟରେ କୌଣସି ବିଶୃଙ୍ଖଳା ନଥାଏ ବୋଲି ଯାଞ୍ଚ ପରେ ଓଟିପି ସ୍ପଷ୍ଟ କରିଥାଏ । ତେବେ ଆଗକୁ ଓଟିପି ପରିବର୍ତ୍ତେ ପ୍ରାମାଣୀକରଣ ଆପ୍ ବ୍ୟବହାର କରାଯାଇ ପାରିବ । ସେଥିରେ ଗ୍ରାହମାନେ ନିଜ ଫୋନରେ ଆପରୁ ପାସୱାର୍ଡ ପାଇ ପାରିବେ । ସେଥିରେ ଟୋକେନ ପରି ଅନେକ ବିକଳ୍ପ ରହିଛି । ବର୍ତ୍ତମାନ ସମୟରେ ବିଭିନ୍ନ ସର୍ଭିସ ପ୍ରୋଭାଇଡର ଦିନକୁ ପାଖାପାଖି ୪୦୦ କୋଟି ଓଟିପି ପଠାଉଥିବାରୁ ସେ କ୍ଷେତ୍ରରେ ଜାଲିଆତି ବଢ଼ିବାରେ ଲାଗିଛି । ତେଣୁ ଆଗକୁ ଆରବିଆଇ ଓଟିପି-ଲେସ ଅଥନଟିକେସନ ଲଞ୍ଚ କରିବାକୁ ଯାଉଛି ।
Trending
- ଅପରେସନ୍ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ
- ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ
- ସମ୍ବିଧାନ ବଞ୍ଚାଅ ନୁହେଁ କଂଗ୍ରେସ ବଂଚାଅ ଆନ୍ଦୋଳନ: ବିଜେପି
- ବିଜେପିକୁ ଟାର୍ଗେଟ କଲେ ରାହୁଲ
- ଜେଲରୁ ମୁକୁଳିଲେ ଜଗା ପ୍ରଧାନ
- ୧୪ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
- ଭାରତ ଏକ ଧର୍ମଶାଳା ନୁହେଁ
- ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ,ଆନ୍ଦୋଳନ ଜାରି
- ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଆଜି ଭାରତ ବନ୍ଦ ଡାକରା
- ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ
Prev Post
Next Post