ୟେସ୍ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଦେଇଛି ବଡ ଉପହାର । ବ୍ୟାଙ୍କ ଏଫ୍ଡି ଉପରେ ସୁଧହାର ବୃଦ୍ଧି କରିଛି । ବ୍ୟାଙ୍କ ୨ କୋଟିରୁ କମ୍ ଏଫ୍ଡି ଉପରେ ସୁଧହାର ବୃଦ୍ଧି କରିଛି । ବ୍ୟାଙ୍କ ୭ ଦିନରୁ ଆରମ୍ଭ କରି ୧୦ ବର୍ଷ ମଧ୍ୟରେ ମାଚ୍ୟୁର ହେଉଥିବା ଏଫ୍ଡି ଉପରେ ସୁଧହାର ବୃଦ୍ଧି କରି ଏହାକୁ ୩.୨୫ରୁ ୭.୭୫ କରି ଦେଇଛନ୍ତି । ତେବେ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କ ପାଇଁ ଏଥିରେ ୦.୦୫% ଅଧିକ ସୁଧ ଘୋଷଣା କରିଛି ।ବ୍ୟାଙ୍କ ପକ୍ଷରୁ ସାଧାରଣ ନାଗରିକଙ୍କୁ ୧ ବର୍ଷର ଏଫଡି ଉପରେ ୭.୨୫% ସୁଧ ଓ ୧୮ରୁ ୨୪ ମାସ ଏଫଡି ଉପରେ ୭.୭୫% ସୁଧ ପ୍ରଦାନ କରାଯାଉଛି । ଏହି ନୂଆ ସୁଧ ହାର ୨୧ ନଭେମ୍ବର ୨୦୨୩ରୁ ଲାଗୁ ହେବ । ଅନ୍ୟ ବ୍ୟାଙ୍କର ତୁଳନା କଲେ ଆଇସିଆଇସିଆଇ ବ୍ୟାଙ୍କ ୭ ଦିନରୁ ୧୦ ବର୍ଷରେ ମାଚ୍ୟୁର ହେଉଥିବା ଏଫଡି ଉପରେ ୩%ରୁ ୭.୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି । ସେହିପରି ଏଚଡିଏଫସି ବ୍ୟାଙ୍କ ୩%ରୁ ୭.୨୦% ପର୍ଯ୍ୟନ୍ତ ସୁଧ ଦେଉଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post