ୟେସ୍ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଦେଇଛି ବଡ ଉପହାର । ବ୍ୟାଙ୍କ ଏଫ୍ଡି ଉପରେ ସୁଧହାର ବୃଦ୍ଧି କରିଛି । ବ୍ୟାଙ୍କ ୨ କୋଟିରୁ କମ୍ ଏଫ୍ଡି ଉପରେ ସୁଧହାର ବୃଦ୍ଧି କରିଛି । ବ୍ୟାଙ୍କ ୭ ଦିନରୁ ଆରମ୍ଭ କରି ୧୦ ବର୍ଷ ମଧ୍ୟରେ ମାଚ୍ୟୁର ହେଉଥିବା ଏଫ୍ଡି ଉପରେ ସୁଧହାର ବୃଦ୍ଧି କରି ଏହାକୁ ୩.୨୫ରୁ ୭.୭୫ କରି ଦେଇଛନ୍ତି । ତେବେ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କ ପାଇଁ ଏଥିରେ ୦.୦୫% ଅଧିକ ସୁଧ ଘୋଷଣା କରିଛି ।ବ୍ୟାଙ୍କ ପକ୍ଷରୁ ସାଧାରଣ ନାଗରିକଙ୍କୁ ୧ ବର୍ଷର ଏଫଡି ଉପରେ ୭.୨୫% ସୁଧ ଓ ୧୮ରୁ ୨୪ ମାସ ଏଫଡି ଉପରେ ୭.୭୫% ସୁଧ ପ୍ରଦାନ କରାଯାଉଛି । ଏହି ନୂଆ ସୁଧ ହାର ୨୧ ନଭେମ୍ବର ୨୦୨୩ରୁ ଲାଗୁ ହେବ । ଅନ୍ୟ ବ୍ୟାଙ୍କର ତୁଳନା କଲେ ଆଇସିଆଇସିଆଇ ବ୍ୟାଙ୍କ ୭ ଦିନରୁ ୧୦ ବର୍ଷରେ ମାଚ୍ୟୁର ହେଉଥିବା ଏଫଡି ଉପରେ ୩%ରୁ ୭.୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି । ସେହିପରି ଏଚଡିଏଫସି ବ୍ୟାଙ୍କ ୩%ରୁ ୭.୨୦% ପର୍ଯ୍ୟନ୍ତ ସୁଧ ଦେଉଛି ।
Trending
- ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ
- ସୁଭଦ୍ରା ଯୋଜନା ଟଙ୍କା ମିଳୁନଥିଲେ ପୁଣି ଆବେଦନ କରିପାରିବେ
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ
- ଆସୁଛି ଆଉ ଏକ ଲଘୁଚାପ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
Prev Post
Next Post