ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ କମିବ ଟମାଟୋ ଦର । ହୁତୁ ହୁତୁ ବଢ଼ିଚାଲିଥିବା ଦରରେ ବ୍ରେକ ଲାଗିବ । କିଲୋପ୍ରତି ୭୦ ଟଙ୍କାର ଖୁଚୁରା ଦରରେ ଟମାଟୋ ବିକ୍ରିକରିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏନସିସିଏଫ୍ ଏବଂ ନାଫେଡ ଜରିଆରେ ଲୋକେ କିଣିପାରିବେ । ଦରବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ବିଭିନ୍ନ ମଣ୍ଡିରୁ ଟମାଟୋ କିଣି ବିଭିନ୍ନସ୍ଥାନରେ ବିକ୍ରିକରିବା ଲାଗି ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ନାଫେଡଏବଂ ଏନ୍ସିସିଏଫକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଦୁଇ ସଂସ୍ଥା ଗତକାଲି ସୁଦ୍ଧା ୩୯୧ ମେଟ୍ରିକଟନ୍ ଟମାଟୋ କିଣି ଶସ୍ତାଦରରେ ଉପଭୋକ୍ତାଙ୍କୁ ଯୋଗାଇଦେଇଛନ୍ତି । ଦିଲ୍ଲୀ-ଏନସିଆର, ରାଜସ୍ଥାନ, ଉତ୍ତରପ୍ରଦେଶଏବଂବିହାରର ପ୍ରମୁଖ ଉପଯୋଗ କେନ୍ଦ୍ରରେ ଖୁଚୁରା ଉପଭୋକ୍ତାଙ୍କୁ ଏହି ଦୁଇ ସଂସ୍ଥା ଦ୍ୱାରା ଟମାଟୋ ବିକ୍ରି କରାଯାଉଛି । ଟମାଟୋର ପାଇକାରୀ ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏନସିସିଏଫ ଏବଂ ନାଫେଡ ଦ୍ୱାରା କିଣାଯାଇଥିବା ଟମାଟୋକୁ ଜୁଲାଇ ୧୬, ୨୦୨୩ ଠାରୁ କିଲୋପ୍ରତି ୯୦ ଟଙ୍କା ଏବଂ ୮୦ ଟଙ୍କାରେ ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ୭୦ ଟଙ୍କାରେ ଟମାଟୋ ବିକ୍ରି କରାଯିବା ଦ୍ୱାରା ଉପଭୋକ୍ତାମାନେ ବିଶେଷ ଲାଭବାନ ହୋଇପାରିବେ। ଗତ ୧ ମାସ ହେବ ଦେଶର ବିଭିନ୍ନସ୍ଥାନରେ ଟମାଟୋର ଖୁଚୁରାମୂଲ୍ୟ ବୃଦ୍ଧି ପାଇଥିଲା । ଓଡ଼ିଶାରେ ମଧ୍ୟ ଉଚ୍ଚା ଦରରେ ବିକ୍ରି ହେଉଛି ଟମାଟୋ । ଏପରିକି ଶହେ ଟଙ୍କା ଉପରେ ବିକ୍ରି କରାଯାଉଥିଲା ଭୁବନେଶ୍ବରରେ ।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
Next Post