ଏନ୍ ଚନ୍ଦ୍ରଶେଖର ହେଲେ ଟାଟା ସନ୍ସ ଲିମିଟେଡର ଚେୟାରମ୍ୟାନ୍‌

ଏନ୍ ଚନ୍ଦ୍ରଶେଖର ହେଲେ ଟାଟା ସନ୍ସ ଲିମିଟେଡର ଚେୟାରମ୍ୟାନ୍‌

ମେଟ୍ରୋ ଟିଭି ଓଡିଶା,୧୨/୨ : ନଟରାଜ ଚନ୍ଦ୍ରଶେଖର ଟାଟା ସନ୍ସ ଲିମିଟେଡର ଚେୟାରମ୍ୟାନ୍ ଭାବରେ ପୁଣିଥରେ ନିର୍ବାଚିତ ହୋଇଛନ୍ତି । ବୋର୍ଡ ଅଫ୍ ଟାଟା ସନ୍ସ ଲିମିଟେଡ୍ ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । କୁହାଯାଇଛି ଯେ, ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନଙ୍କ କାର୍ଯ୍ୟକାଳ ଆହୁରି ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯାଇଛି ।
ରତନ ଟାଟାଙ୍କ ନେତୃତ୍ୱରେ ଟାଟା ଟ୍ରଷ୍ଟଗୁଡିକ ଟାଟା ସନ୍ସରେ ୬୬ ପ୍ରତିଶତ ଅଂଶଧନ ଧାରଣ କରିଛନ୍ତି । ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଟାଟା ସନ୍ସ ଲିମିଟେଡ୍, ହୋଲଡିଂ କମ୍ପାନୀ ତଥା ୧୧୦ବିଲିୟନ ଡଲାରର ଟାଟା ଗ୍ରୁପ୍ର ପ୍ରମୋଟର ଭାବରେ ନଟରାଜ ଚନ୍ଦ୍ରଶେଖରନଙ୍କୁ କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଭାବରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ନିଯୁକ୍ତ କରାଯାଇଛି ।
ସୂଚନା ଅନୁସାରେ,ଫେବୃଆରୀ ୧୧, ୨୦୨୨ରେ ଅନୁଷ୍ଠିତ ହୋଇଥିବା ବୈଠକରେ ଟାଟା ସନ୍ସ ବୋର୍ଡ ଗତ ପାଞ୍ଚ ବର୍ଷର ସମୀକ୍ଷା କରିଥିଲା । ଏହାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କ ପୁନଃ ନିଯୁକ୍ତିକୁ ବିଚାର କରିଥିଲା । ୨୦୧୭ରେ ପ୍ରଥମ ଥର ପାଇଁ ଏନ ଚନ୍ଦ୍ରଶେଖର ଟାଟା ସନ୍ସ୍ର ଚେୟାରମ୍ୟାନ୍ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ୨୦ ଫେବୃଆରୀ ୨୦୨୨ ରେ ଶେଷ ହେବ ।