ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ନୂତନ ଏଡିସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ହୋଣ୍ଡା ହାଇନେସ୍ ସିବି୩୫୦ ଏବଂ ସିବି୩୫୦ଆର୍ଏସ୍ର ନୂତନ ଏଡିସନ୍କୁ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଉଭୟ ବାଇକ୍କୁ ଯଥାକ୍ରମେ ଲିଗାସି ଏଡିସନ୍ ଓ ନିଉ ହ୍ୟୁ ଏଡିସନ୍ରେ ଉପଲବ୍ଧ କରାଉଛି।
ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ସୁସ୍ତୁମୁ ଓଟାନି କହିଛନ୍ତି, ଉତ୍ସବ ଋତୁ ପୂର୍ବରୁ ନୂଆ ହାଇନେସ୍ ସିବି୩୫୦ ଲିଗାସି ଏଡିସନ୍ ଓ ସିବି୩୫୦ଆର୍ଏସ୍ ନୂଆ ହ୍ୟୁ ଏଡିସନ୍କୁ ଭାରତ ବଜାରରେ ପ୍ରବେଶ (ଉନ୍ମୋଚନ) କରାଇ ଆମେ ବେଶ୍ ଉତ୍ସାହିତ ଅଛୁ। ସେହିଭଳି ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ୍ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ଉତ୍ସବର ବାସ୍ତବ ଭାବକୁ ଉପସ୍ଥାପନ କରି ହାଇନେସ୍ ସିବି୩୫୦ ଲିଗାସି ଏଡିସନ୍ ଓ ସିବି ୩୫୦ ଆର୍ଏସ୍ ନ୍ୟୁ ହ୍ୟୁ ଏଡିସନ୍ର ଶୁଭାରମ୍ଭ କରି ଆମେ ବହୁତ ଖୁସି ଅଛୁ। ଏହି ସ୍ବତନ୍ତ୍ର ହାଇନେସ୍ ସିବି ୩୫୦ ଓ ସିବି ୩୫୦ ଆର୍ଏସ୍ର ବୁକିଂ ସାରା ଭାରତରେ ଥିବା ବିଗ୍ୱିଙ୍ଗ୍ ଡିଲରଶିପ୍ରେ ଆରମ୍ଭ ହୋଇଛି ଏବଂ ଡେଲିଭରି ଖୁବ୍ଶୀଘ୍ର ଆରମ୍ଭ ହେବ। ବିଶେଷ କରି ଉଭୟ ମୋଟରସାଇକେଲରେ ଉନ୍ନତ ଡିଜିଟାଲ୍ ଆନାଲଗ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର୍, ଆସିଷ୍ଟ୍ ସ୍ଲିପର କ୍ଲଚ୍ ଓ ହୋଣ୍ଡା ସିଲେକ୍ଟେବଲ୍ ଟର୍କ କଣ୍ଟ୍ରୋଲ୍ ଆଦି ରହିଛି।
Trending
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
Prev Post