ଇଣ୍ଡିଗୋ ସଙ୍କଟ ଓ ଏତେ ମାତ୍ରାରେ ବିମାନ ଉଡ଼ାଣ ରଦ୍ଦର ବିଚାରବିଭାଗୀୟ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଛି। ହାଇକୋର୍ଟ ବୁଧବାର ଏହାର ଶୁଣାଣିକରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ତୁମେ କ’ଣ ଅସହାୟ? ଏଭଳି ସ୍ଥିତି କାହିଁକି ଉପୁଜିଲା?
ପାଇଲଟ୍ ଓ କର୍ମଚାରୀ ସଙ୍କଟକୁ ନେଇ ଗତ ୨ ତାରିଖରୁ ବିଭିନ୍ନ ଘରୋଇ ରୁଟ୍ରେ ଇଣ୍ଡିଗୋର ବିମାନ ଉଡ଼ାଣ ବାତିଲ ଏବଂ ବିଳମ୍ୱିତ ହୋଇଆସୁଛି। ଫଳରେ ଦେଶବ୍ୟାପୀ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହା ଉପରେ ଦାଖଲ ପିଆଇଏଲ୍ର ଶୁଣାଣି କରି ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ଜଷ୍ଟିସ୍ ତୁଷାର ରାଓ ଗେଡେଲାଙ୍କ ଖଣ୍ଡପୀଠ କହିଛନ୍ତି, ସମ୍ପ୍ରତି ଉପୁଜିଥିବା ସ୍ଥିତିରୁ ଅନ୍ୟ ଏୟାରଲାଇନ୍ସ ଫାଇଦା ନେଇପାରନ୍ତି। ଯାତ୍ରୀମାନଙ୍କଠାରୁ ଟିକେଟ ବାବଦକୁ ମୋଟା ଅଙ୍କର ଅର୍ଥ ଅସୁଲ କରାଯାଉଛି। ଯେଉଁ ଟିକେଟ ୫,୦୦୦ ଟଙ୍କାରେ ମିଳୁଥିଲା ତାହା ବର୍ତ୍ତମାନ ୩୦ରୁ ୩୫ ହଜାରରେ ଉପଲବ୍ଧ। ଯଦି ଏପରି ସଙ୍କଟ ରହିଛି ତେବେ ଅନ୍ୟ ଏୟାରଲାଇନ୍ଗୁଡ଼ିକୁ ଲାଭ ଉଠାଇବା ପାଇଁ କିପରି ଅନୁମତି ଦିଆଯାଇ ପାରିବ? ଅନ୍ୟ ଏୟାରଲାଇନ୍ସ ୩୫,୦୦୦ରୁ ୩୯,୦୦୦ ଟଙ୍କା ପର୍ଯ୍ୟନ୍ତ କିପରି ନେଉଛନ୍ତି? ଏୟାରଲାଇନ୍ ନିୟମଗୁଡ଼ିକର ଅନୁପାଳନରେ ବିଫଳ ହେଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କ’ଣ ନିୟମ ରହିଛି? କେନ୍ଦ୍ର ସରକାର କ’ଣ ଅସହାୟ ବୋଲି ମୁଖ୍ୟ ବିଚାରପତି ପ୍ରଶ୍ନ କରିଛନ୍ତି। ଜାନୁଆରୀ ୨୨ରେ ଏହା ଉପରେ ପରବର୍ତ୍ତୀ ଶୁଣାଣି କରାଯିବ। କମିଟି ପକ୍ଷରୁ ଆରମ୍ଭ ହୋଇଥିବା ତଦନ୍ତ ଶେଷ ହେବା ମାତ୍ରେ ଜଉମୁଦ ଲଫାପାରେ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ