ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଏହା ପୂର୍ବରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଭାରା ବାନ୍ଧିବା ପାଇଁ ଲୁହା ପାଇପ ଓ ଅନ୍ୟାନ୍ୟ ସରଞ୍ଜାମ ପ୍ରସ୍ତୁତ ରଖିଛି ଏଏସଆଇ । ଦୁଇ ତିନିଦିନ ଭିତରେ ଭାରାବନ୍ଧା କାମ ସରିବା ପରେ ଚୁନ ଛଡ଼ା କାମ ଆରମ୍ଭ ହେବ। ଏହା ପରେ…

କ୍ୟାରିୟର ଲାଗି ଦିନଟି ବହୁତ ଭଲ ରହିବ

ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। କାହାରି ସହିତ ତର୍କବିତର୍କ କରନ୍ତୁ ନାହିଁ। ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ। ଖର୍ଚ୍ଚ ବଢ଼ିପାରେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ ଯୋଜନା ସଫଳ ହେବ। ନୂଆ ଲୋକଙ୍କ…

ସ୍ଥଗିତ ରହିଲା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ସ୍ଥଗିତ ରହିଲା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଆସନ୍ତା ୨୫ ତାରିଖରେ ମିଳିଥାନ୍ତା ଟଙ୍କା । ହେଲେ ସବିଶେଷ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ ନଥିବାରୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା…

ମୁଣ୍ଡପିଛା ଆୟରେ ଓଡ଼ିଶା 15 ତମ ସ୍ଥାନରେ

ଦେଶରେ ମୁଣ୍ଡପିଛା ଆୟ ୨୦୧୯-୨୦ ତୁଳନାରେ ୪୧ ପ୍ରତିଶତ ବୃଦ୍ଧି ପାଇ ୨୦୨୩-୨୪ରେ ୨,୧୧,୭୨୫ ଟଙ୍କା ହୋଇଛି। ଏହାର ପ୍ରଭାବରେ ବିଭିନ୍ନ ରାଜ୍ୟରେ ମୁଣ୍ଡପିଛା ଆୟ ମଧ୍ୟ ବଢ଼ିଛି। କିଛି ରାଜ୍ୟ ଏକ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମୁଣ୍ଡପିଛା ଆୟ ବଢ଼ାଇବାରେ ସବୁ ରାଜ୍ୟକୁ ପଛରେ…

ଜାଣନ୍ତୁ ଆଜିର ରାଶିଫଳ

ମେଷ : ଆଜି ତୃତୀୟ ଚନ୍ଦ୍ର ଯୋଗୁ ରାଜନୀତି, ସଭାସମିତି ଓ କଳା, କ୍ରୀଡ଼ା ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ। ସମ୍ପର୍କୀୟଙ୍କ ଅଭିଯୋଗ ସକାଶେ ନିଜ ଲୋକଙ୍କୁ ଦାୟୀ କରିବେ। ମାତ୍ରାଧିକ ଭ୍ରମଣ, ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିବେ। ଫେରନ୍ତା ବାଟରେ ମୂଲ୍ୟବାନ ଜିନିଷ…

ସମ୍ବିଧାନର 75 ବର୍ଷ ପୂର୍ତ୍ତି ଉପରେ ବକ୍ତବ୍ୟ ରଖିବେ ସବୁ ଦଳର ସାଂସଦ

ଆଜିଠାରୁ ରାଜ୍ୟସଭାରେ ଆରମ୍ଭ ହେବ ସମ୍ବିଧାନ ଉପରେ ବିତର୍କ |ଆଜି ଓ କାଲି ସମ୍ବିଧାନର 75 ବର୍ଷ ପୂର୍ତ୍ତି ଉପରେ ବକ୍ତବ୍ୟ ରଖିବେ ସବୁ ଦଳର ସାଂସଦ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିପାରନ୍ତି ଆଲୋଚନାର ଆରମ୍ଭ। ବିରୋଧୀ ପକ୍ଷରୁ ବିତର୍କ ଆରମ୍ଭ କରିପାରନ୍ତି ବିରୋଧୀ ଦଳ ନେତା…

ଚଳଚ୍ଚିତ୍ର ‘ଘାଟି’ ଆସନ୍ତା ବର୍ଷ ଏପ୍ରିଲ ୧୮ରେ ହେବ ରିଲିଜ୍‌

ଅନୁଷ୍କାଙ୍କ ଆଗାମୀ ଚଳଚ୍ଚିତ୍ର ‘ଘାଟି’ ଆସନ୍ତା ବର୍ଷ ଏପ୍ରିଲ ୧୮ରେ ରିଲିଜ୍‌ ହେବ। ଅନୁଷ୍କା କିପରି ଜଣେ ପୀଡିତା ମହିଳାରୁ ଏକ ଆପରାଧିକ ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ଭାବେ ପରିଣତ ହେଉଛନ୍ତି, ତାହାକୁ ନେଇ ଏହି ଫିଲ୍ମର କାହାଣୀ ଗତି କରିଛି। ଚଳଚ୍ଚିତ୍ରରେ ଅନୁଷ୍କା ଶତ୍ରୁମାନଙ୍କର ସଂହାର…

ଇଂଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ଘଟଣାରେ ପତ୍ନୀ, ଶାଶୂ ଓ ଶଳା ଗିରଫ

ପତ୍ନୀ ନିର୍ଯାତନାରେ ଅତିଷ୍ଠ ହୋଇ ଯୁବ ଇଂଜିନିୟର ଅତୁଲ ସୁଭାଷ (୩୪)ଙ୍କ ଆତ୍ମହତ୍ୟା ମାମଲାରେ ପୁଲିସକୁ ସଫଳତା ମିଳିଛି। ଫେରାର୍‌ ପତ୍ନୀ ନିକିତା ସିଂଘାନିଆ, ଶାଶୂ ନିଶା ସିଂଘାନିଆ ଓ ଶଳା ଅନୁରାଗ ସିଂଘାନିଆଙ୍କୁ  ଗିରଫ କରାଯାଇଛି। ବେଙ୍ଗାଲୁରୁ ହ୍ବାଇଟ୍‌ ଫିଲ୍‌ଡ୍‌ ଡିଭିଜନ୍‌ର ଡିସିପି…

ଫିଲିପାଇନ୍ସ ରେ ଆଗ୍ନେୟଗିରି ସକ୍ରିୟ

ଫିଲିପାଇନ୍ସ ମାଉଣ୍ଟ କାନଲାଓନ ଆଗ୍ନେୟଗିରି ଚାରିପାଖରେ ଥିବା ୬ କିଲୋମିଟର ବିପଦ ପୂର୍ଣ୍ଣ ଅଞ୍ଚଳରେ ଥିବା ଲୋକଙ୍କୁ ଆଜି ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ଶେଷ କରିବାକୁ ସେଠାକାର ସରକାର ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମ ଭିସାୟାସରେ ବେସାମରିକ ପ୍ରତିରକ୍ଷା କାର୍ଯ୍ୟାଳୟର ନିର୍ଦ୍ଦେଶକ ରାଉଲ…

 IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର

IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର । ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ଦ୍ୱିତୀୟ ରାଙ୍କ ରଖିଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି । ଉତ୍ତରାଖଣ୍ଡ ମସୁରୀରେ ସ୍ଥିତ ଜାତୀୟ ପ୍ରଶାସନିକ ଏକାଡେମୀରେ ଅନିମେଶ ପ୍ରଧାନ ଆଇଏଏସ ଟ୍ରେନିଂ ନେଉଛନ୍ତି । ତାଲିମ…