ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପାଇଁ ଜୋରଜାର ପ୍ରସ୍ତୁତି

ଆସନ୍ତାକାଲି କୋଣାର୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବେ ଲକ୍ଷାଧିକ ଭକ୍ତ । ଏହା ପୂର୍ବରୁ ତୀର୍ଥ ପୁଷ୍କରିଣୀ ଖନନ ହୋଇ ପରିସ୍କାର କରିବା ସହିତ ପରିମଳ ବ୍ୟବସ୍ଥା, ଆଲୋକିକରଣ, ପାନୀୟ ଜଳ ଯୋଗାଣ, ବ୍ୟାରିକେଡର ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ଉକ୍ତମାନେ ବୁଡ଼ ପକାଇବା ପରେ…

ବରିଷ୍ଠ କଂଗ୍ରେସ ନେତା ଶକିଲ ଅହମ୍ମଦ ଖାନଙ୍କ ପୁଅ ଆତ୍ମହତ୍ୟା

ବିହାରର ବରିଷ୍ଠ କଂଗ୍ରେସ ନେତା ଶକିଲ ଅହମ୍ମଦ ଖାନଙ୍କ ପୁଅ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କୁହାଯାଉଛି ଯେ ସେ ପାଟନାର ଏମଏଲସି ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସଚିବାଳୟ ଡିଏସପି ଘଟଣାର ସତ୍ୟାସତ୍ୟ ପ୍ରକାଶ କରିଛନ୍ତି ଏବଂ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି…

କେନ୍ଦ୍ରୀୟ ବଜେଟକୁ ଅଭୁତପୂର୍ବ ଜନସମର୍ଥନ ମିଳିଥିବାରୁ ବିଜେଡି ବିବ୍ରତ : ଡ.ଯତିନ ମହାନ୍ତି

ପାଲ୍ୟାମେଂଟରେ ଗତକାଲି ଏକ ଐତିହାସିକ, ଲୋକକଲ୍ୟାଣକାରୀ ଓ ବିକାଶମୁଖୀ ବଜେଟ ଆଗତ କରାଯାଇଛି ଏହି ବଜେଟ୍‌କୁ ଅଭୁତପୂର୍ବ ଜନସମର୍ଥନ ମିଳିଛି । ଏନେଇ ବିଜେଡି ବ୍ୟସ୍ତବିବ୍ରତ ହୋଇଯାଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତିନ ମହାନ୍ତି କହିଛନ୍ତି। ଡ. ମହାନ୍ତି କହିଛନ୍ତି, ଏହି…

ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ହେଉଛି ତାତି

ଫେବ୍ରୁଆରୀ ଆରମ୍ଭରୁ ପାରଦ ଉପରମୁହାଁ। ସକାଳ ୧୦ଟାରୁ ଅସମ୍ଭାଳ ହେଉଛି ତାତି ।  ପ୍ରଥମ ସପ୍ତାହରୁ ୩୬ ଡିଗ୍ରୀ ପାର କଲା ପାରଦ। ଗତକାଲି ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ୩୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀରେ ମଧ୍ୟ ବଢ଼ିଛି ପାରଦ। ଭୁବନେଶ୍ବରରେ ୩୪.୯ ଡିଗ୍ରୀ…

ଅଭିଷେକ ଶର୍ମାଙ୍କ ଆକର୍ଷଣୀୟ ଶତକ

ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ରେ ଅଭିଷେକ ଶର୍ମାଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ୧୫୦ ରନରେ ସହଜ ବିଜୟ ହାସଲ କରିଛି। ଏଥିସହ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜ ୪-୧ରେ ଜିତି ନେଇଛି। ୨୪୮ରନର ବିଜୟ ଲକ୍ଷ୍ୟ ନେଇ…

ଆମେରିକା ଡେମୋକ୍ରାଟ୍‌ ନେତା ଭାବେ ନିର୍ବାଚିତ ହେଲେ କେନ୍‌ ମାର୍ଟିନ୍‌

ଆମେରିକାର ଡେମୋକ୍ରାଟ୍‌ମାନେ ୫୧ ବର୍ଷୀୟ ପ୍ରଗତିଶୀଳ ଆକ୍ଟିଭିଷ୍ଟ କେନ୍‌ ମାର୍ଟିନ୍‌ଙ୍କୁ ସେମାନଙ୍କ ନେତା ନିର୍ବାଚିତ କରିଛନ୍ତି। ଗତବର୍ଷ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପରାଜିତ ହେବା ପରେ ସ୍ଥିତି ସୁଧାରିବା ପାଇଁ ମାର୍ଟିନ୍‌ ଦଳର ପୁନର୍ଗଠନ କରିବେ। ଏଥିସହିତ ରିପବ୍ଲିକାନ…

ମାଘ ମାସରେ ବାଘ ଭଳି ଖରା,ଭୁବନେଶ୍ୱରରେ ତାପମାତ୍ରା ୩୪ ଡିଗ୍ରୀ ଟପିଛି

ମାଘ ମାସରେ ବାଘ ଭଳି ଖରା। ଏଇ କିଛି ଦିନ ଭିତରେ ପାଗରେ ଅଚାନକ ପରିବର୍ତ୍ତନ ହୋଇଛି । ମାଘ ମାସରେ ବାଘ ଭଳି ଜାଡ ହେବା କଥା ।  କିନ୍ତୁ ସାରା ରାଜ୍ୟରୁ ଶୀତ ଗାଏବ ହୋଇଯାଇ ଖରା ମାଡ଼ି ଆସିଛି । ଭୋରର ଘନ କୁହୁଡ଼ି ପଡୁଥିବା ବେଳେ ଦିନ ବଢିବା ସହ ଖରା ବଢୁଛି । ବିଶେଷ କରି ଫେବ୍ରୁଆରି ତୃତୀୟ…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଆଜି ସନ୍ଧ୍ୟା ୫ଟାରେ ସରିବ ପ୍ରଚାର

ଦିଲ୍ଲୀ ବିଧାନସଭା ନିର୍ବାଚନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସନ୍ଧ୍ୟା ୫ଟାରେ ସରିଯିବ ନିର୍ବାଚନ ପ୍ରଚାର । ଏହାପରେ ଫେବ୍ରୁଆରି ୫ ତାରିଖରେ ଦେଢକୋଟିରୁ ଅଧିକ ଭୋଟର ଭୋଟ ଦେଇ ବାଛିବେ ନେତା ଓ ସରକାର ।  ପ୍ରଚାରରେ ଶେଷ ଦିନ ହୋଇଥିବାରୁ ସବୁ ରାଜନୈତିକ ଦଳ ନିଜର ହଭିୱେଟ ନେତାଙ୍କୁ…

ଆଜିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ କତୃପକ୍ଷଙ୍କ ଠାରୁ ଆପଣଙ୍କୁ ପ୍ରୋତ୍ସାହନ ମିଳିବ। ନୂଆ ଚାକିରିର ଡ଼ାକରା ଆସିପାରେ। ନିଜର ସମସ୍ୟାକୁ ସାଙ୍ଗ ବା ବନ୍ଧୁଙ୍କୁ କହିବେ। ପାରିବାରିକ ଜୀବନ ସୁଖଦ ରହିବ। ‌ ବୃଷ: ଘରର ପରିବେଶ ଅତି ପ୍ରସନ୍ନ ରହିବ। ପରିବାର ଲୋକଙ୍କର ଆପଣଙ୍କ ପ୍ରତି ବିଶ୍ବାସ…

ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କ ରଚିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡ଼ିଜିଟାଲ କପି…

ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କ ରଚିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡ଼ିଜିଟାଲ କପି ଉନ୍ମୋଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍‌ଣରେ ଏହାକୁ ଉନ୍ମୋଚନ କରିଛନ୍ତି। ଆଜି ପବିତ୍ର ଶ୍ରୀପଞ୍ଚମୀ ଓ ସରସ୍ଵତୀ ପୂଜା।…