ଯେଉଁମାନେ ବି ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ପୁଣି ଏକ ସୁଯୋଗ ଦେଇଛନ୍ତି, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢିଲା ସମୟ…

ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍  ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ିଛି ବୋଲି  ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ପଞ୍ଚମ ଥର ପାଇଁ ସମ୍ପ୍ରସାରଣ କରିଛନ୍ତି ରାଜ୍ୟ ସରକାର। ଆଜି ଇ-କେୱାଇସି ଅପଡେଟର ଅବଧି ସରିବାର ଥିଲା । କିନ୍ତୁ ଏହି ଅବଧିକୁ…

ଯିଏ ଯେତେ ଅଧିକ ସମୟ ‘ରିଲ୍‌’ ଦେଖୁଛି, ସିଏ ସେତେ ଅଧିକ ଉଚ୍ଚ ରକ୍ତଚାପର ଶିକାର ହେଉଛି

ଆଜିକାଲି ସାମାଜିକ ଗଣମାଧ୍ୟମରେ ‘ରିଲ୍‌’ ବା କ୍ଷୁଦ୍ର ଭିଡିଓ ଦେଖିବା ସବୁ ବୟସର ଲୋକଙ୍କ ପାଇଁ ଏକ ମନୋରଞ୍ଜନ ସାମଗ୍ରୀ ପାଲଟିଛି। ପ୍ରଥମେ ପ୍ରଥମେ ସେସବୁକୁ କାଁ ଭାଁ ଦେଖୁଥିବା ବ୍ୟକ୍ତି ଶେଷରେ ତାହାକୁ ନିଶାରେ ପରିଣତ କରିଥାଏ। ସେଇ ବର୍ଗର ଲୋକମାନେ ଶୋଇବା ସମୟରେ ‘ରିଲ୍‌’ ଦେଖିବା ଏବଂ…

ମାର୍ଚ୍ଚ ୧୪ ତାରିଖରେ ମୁକ୍ତିଲାଭ କରିବ ‘ଶିମଲୀ’

ଏମ୍‌କେଆର୍‌ ପ୍ରଡକ୍ସନ୍‌ସ ବ୍ୟାନରରେ ନିର୍ମିତ ‘ଶିମଲୀ’ ଆଗାମୀ ମାର୍ଚ୍ଚ ୧୪ ତାରିଖରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ୟୁ/ଏ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଓଡ଼ିଆ ଛବିର ପ୍ରଯୋଜିକା ହେଲେ ସ୍ମିତା ରାଉତ। ପରେଶ ଚନ୍ଦ୍ର ମହାନ୍ତ ଏହାର…

ମହଙ୍ଗା ବଜାର ତାଲିକାରେ ଓଡ଼ିଶା ନାମ, ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର

ଦୀର୍ଘଦିନ ଧରି ଲଗାତାର ଭାବେ ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାର ହୋଇରହିଛି। ବିଶେଷ କରି ଖୁଚୁରା ବଜାର ଦର ଖାଉଟିମାନଙ୍କୁ ପ୍ରବଳ ବାଧୁଛି। ସେଥିପାଇଁ ଦେଶର କିଛି ପ୍ରମୁଖ ମହଙ୍ଗା ବଜାର ତାଲିକାରେ ଓଡ଼ିଶା ନାମ ସବୁବେଳେ ରହୁଛି। ଏହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି।…

ବଲୁଚିସ୍ତାନରେ ବୋମା ବିସ୍ଫୋରଣରେ ୧୦ମୃତ

ଦକ୍ଷିଣପଶ୍ଚିମ ପାକିସ୍ତାନରେ ଆଜି ବୋମା ବିସ୍ଫୋରଣ ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ  ଅନେକ ଲୋକ ଆହତ ହୋଇଛନ୍ତି। ବଲୁଚିସ୍ତାନ ପ୍ରଦେଶର ହରନେଇ ଅଞ୍ଚଳରେ ଶ୍ରମିକଙ୍କୁ ଧରି ଯାଉଥିବା ଏକ ଟ୍ରକ୍‌ ଉପରକୁ ଆଇଇଡି ମାଡ଼ ହେବା ଫଳରେ  ଘଟଣାସ୍ଥଳାରେ ହିଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଡବ୍ଲ୍ୟୁପିଏଲ୍‌ର ପ୍ରଥମ ମ୍ୟାଚ୍‌ରେ ବିଜଯ ହାସଲ କଲା ଆରସିବି

ପ୍ରଥମ ମ୍ୟାଚ୍‌ରେ ହିଁ ଅନେକ ରେକର୍ଡ ଭାଙ୍ଗିଛି। ସିଜିନର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବଂ ଗୁଜରାଟ ଜାଏଣ୍ଟ୍ସ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦୧ ରନ କରିଥିଲା। ଜବାବରେ ଆର୍‌ସିବି ୧୮.୩ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଆରସିବି ହିରୋ ରିଚା ଘୋଷ…

ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ୱର ଭାବରେ କିନ୍ନର ଆଖଡାକୁ ଫେରିଛନ୍ତି

ବହୁଚର୍ଚ୍ଚିତ ଥିବା ମମତା କୁଲକର୍ଣ୍ଣୀ ଦୀର୍ଘ ୨୫ ବର୍ଷ ଧରି ବଲିଉଡ୍‌ରୁ ଉଭାନ ହୋଇଯାଇଥିଲେ। ନିକଟରେ ସେ କେନିଆରୁ ମୁମ୍ବାଇକୁ ଫେରିଥିଲେ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଲକ୍ଷ୍ମୀନାରାୟଣ ତ୍ରିପାଠୀ ଗତମାସରେ ତାଙ୍କୁ…

ଦିବାରାତ୍ର ଗୁରୁପ୍ରସାଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ନିରାକରପୁରରେ ଅନୁଷ୍ଠିତ ହୋଇଯାଇଛି

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ବାଳିକା ବିଦ୍ୟାଳୟ ପଡିଆଠାରେ ତୃତୀୟବାର୍ଷିକ ଗୁରୁପ୍ରସାଦ ମେମୋରିଆଲ ଦିବାରାତ୍ର କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି |ଏହି ଟୁର୍ଣାମେଣ୍ଟରେ 16 ଟି ଦଳ ଅଂଶଗ୍ରହଣ କରିଥିଲେ | ଶେଷରେ ରସୁଲଗଡ ଓ ଗ୍ରୀନ ଷ୍ଟାର…

ଆଜି ପୂରୁଛି ରାସନ କାର୍ଡ ଇ-କେଓ୍ବାଇସି ଡେଡଲାଇନ୍

ରାସନ କାର୍ଡ ଇ-କେଓ୍ବାଇସି ପାଇଁ ଆଜି ପୂରୁଛି ଡେଡଲାଇନ୍ । ତେଣୁ ଯେଉଁ ହିତାଧିକାରୀମାନେ ଇ-କେଓ୍ବାଇସି କରିନାହାନ୍ତି। ଆଜି ହିଁ କରିଦିଅନ୍ତୁ। ଆଉ ଯେଉଁମାନେ ନ କରିବେ , ତାକୁ ସରେଣ୍ଡର କରାଗଲା ବୋଲି ଧରିନିଆଯିବ। ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ…

ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ ସୁନୀତା

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ସମୟ ରହିବା ପରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍‌ସ ଏବଂ ବୁଚ୍‌ ଓ୍ବିଲ୍‌ମୋର ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ। ମହାକାଶରୁ ସେମାନଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୧୨ରେ କ୍ରିଉ-୧୦ ମିଶନ ମାର୍ଚ୍ଚ ୧୨ରେ…