କିପରି କଟିବ ଆଜିର ଦିନ

ମେଷ: ଆଜି ମିଶ୍ରିତ ଫଳାଫଳର ଦିନ ହେବ । ବ୍ୟବସାୟ ଭଲ ହେବ, ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ । ଅପ୍ରତ୍ୟାଶିତ ଆର୍ଥିକ ଲାଭର ସମ୍ଭାବନା ଅଛି । କାର୍ଯ୍ୟକ୍ଷେତ୍ରରେ ଏକ ଇଚ୍ଛିତ ସ୍ଥାନାନ୍ତର କିମ୍ବା ପଦୋନ୍ନତିର ସମ୍ଭାବନା ରହିବ । ପାରିବାରିକ ବାତାବରଣ ଭଲ ରହିବ । ବୈବାହିକ ଜୀବନ…

ଆଉ ୪ ଦିନ ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ହେବ ଜାଗରଯାତ୍ରା ,ରାତି ୧୦ଟାରେ ମହାଦୀପ ଉଠିବା ନେଇ ନିଷ୍ପତି

ଆଉ ୪ ଦିନ ପରେ ମହାଶିବରାତ୍ରି। ମହାପ୍ରଭୁ ଲିଙ୍ଗରାଜଙ୍କ ହେବ ଜାଗରଯାତ୍ରା। ସେଥିପାଇଁ ସେବାୟତ, ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକ କରିଛନ୍ତି। ଲୋକସେବା ଭବନ ରେ ଶୃଙ୍ଖଳିତ ଶିବରାତ୍ରି ପାଇଁ ଲିଙ୍ଗରାଜ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଲିଙ୍ଗରାଜଙ୍କ…

ଟି-୨୦ ବିଶ୍ଵକପ: ଆମେରିକାକୁ ୩୨ ରନ୍‌ରେ ହରାଇଲା ପାକିସ୍ତାନ

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ପୂର୍ବବିଜେତା ପାକିସ୍ତାନ ଅନଭିଜ୍ଞ ଆମେରିକାକୁ ୩୨ ରନ୍‌ରେ ହରାଇ ଦେଇଛି । ଫଳରେ ଗତ ବିଶ୍ବକପ୍‌ରେ ଆମେରିକାଠାରୁ ଅପ୍ରତ୍ୟାଶିତ ଭାବେ ହାରି ଳଜ୍ଜିତ ହେବାର ମଧୁର ପ୍ରତିଶୋଧ ନେଇଛି । ଘରୋଇ ପରିବେଶରେ ଖେଳିଥିବା ଗତ…

ଆପତ୍ତିଜନକ ପୋଷ୍ଟ୍‌ ଓ କଣ୍ଟେଣ୍ଟ୍‌ଗୁଡ଼ିକ ବିଷୟରେ ଜଣାଇବାର ତିନି ଘଣ୍ଟା ଭିତରେ ତାହା ହଟାଇବାକୁ ସୋସିଆଲ ମିଡିଆ…

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟାପକ ଅପବ୍ୟବହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏ ସମ୍ପର୍କିତ ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି। ଆପତ୍ତିଜନକ ପୋଷ୍ଟ୍‌ ଓ କଣ୍ଟେଣ୍ଟ୍‌ଗୁଡ଼ିକ ବିଷୟରେ ଜଣାଇବାର ତିନି ଘଣ୍ଟା ଭିତରେ ତାହା ହଟାଇବାକୁ ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ…

ଆମେରିକା ପାକିସ୍ତାନକୁ ଟଏଲେଟ୍ ପେପର ପରି ବ୍ୟବହାର କରିଥିଲା – ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା…

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଜାତୀୟ ସଂସଦରେ ଆମେରିକାକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ଇସଲାମକୁ ରକ୍ଷା କରିବା ପାଇଁ ଆଫଗାନ ମାଟିରେ ଲଢ଼ାଯାଇଥିବା ଦୁଇଟି ଯୁଦ୍ଧରେ ଅଂଶଗ୍ରହଣ କରିନାହିଁ। ଆଫଗାନିସ୍ତାନ ଯୁଦ୍ଧରେ ଜିହାଦ ନାମରେ…

ଖୁବଶୀଘ୍ର ମଣିପୁରର ପରିସ୍ଥିତି ଥଣ୍ଡା ପଡିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଲୋସି ଦିଖୋ

ମଣିପୁରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ଲୋସି ଦିଖୋ । ଖୁବଶୀଘ୍ର ପରିସ୍ଥିତି ଥଣ୍ଡା ପଡିବ ବୋଲି ସେ କହିଛନ୍ତି । ସେ କହିଛନ୍ତି, ସରକାର, ସୁରକ୍ଷା ବାହିନୀ ଏବଂ ନାଗରିକ ସମାଜ ସମସ୍ତେ ଏକ ନିରପେକ୍ଷ ସମାଧାନ ଆଣିବା ପାଇଁ କାମ…

ହ୍ବାଟ୍ସଆପ୍ ନୋଟ୍ ମାଧ୍ୟମରେ ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ହତ୍ୟା ଧମକ, ଘର ବାହାରେ ସୁରକ୍ଷା ବଢ଼ାଇଛି ପୋଲିସ

ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ଧମକ। ମଙ୍ଗଳବାର ରଣବୀରଙ୍କୁ ଏକ ହ୍ବାଟ୍ସଆପ୍ ନୋଟ୍ ମାଧ୍ୟମରେ ଧମକ ଦିଆଯାଇଛି। ଏହି ଭଏସନୋଟରେ ରଣବୀରଙ୍କୁ ୧ କୋଟି ଟଙ୍କା ଦେବାକୁ କୁହାଯାଇଥିବାବେଳେ, ନଦେଲେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ତେବେ ଏହି ଧମକ ମିଳିବା ପରେ ରଣବୀର ମୁମ୍ବାଇ…

ଆୟୁଷ ଡାକ୍ତରଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ ଡାକ୍ତରଙ୍କ ଅବଦାନକୁ ଗୁରୁତ୍ୱ ଦେବା ଏବଂ ସେମାନଙ୍କୁ ଉତ୍ସାହିତ…

ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ ହେବ – ହାଇକୋର୍ଟ

ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ ହେବ । ମଙ୍ଗଳବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସହିତ ଏ ସମ୍ପର୍କୀତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ସେଣ୍ଟ୍ରାଲ ମୋଟର ଭେହିକିଲ ରୁଲ୍ ୧୬୭ ସବ୍ କ୍ଲଚ୍ ୧୨ ଅନୁସାରେ ବକେୟା ଚାଲାଣ ଥିଲେ PUCC…

ଧାନ ମଣ୍ଡି,ମକାର ଅଭାବୀ ବିକ୍ରି  ଭଳି ସମସ୍ୟାର ସମାଧାନ ପାଇଁ ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ବନ୍ଦ ପାଳନ…

ଆଜି ନବରଙ୍ଗପୁର ଜିଲ୍ଲାର ୪ଟି ବ୍ଲକରେ ବନ୍ଦ ପାଳନ ହେଉଛି । ସଂଗ୍ରାମୀ ମଞ୍ଚ ପକ୍ଷରୁ ବନ୍ଦ ଡାକରା ହେଉଥିବା ବେଳେ ସମର୍ଥନ ଦେଇଛି କଂଗ୍ରେସ। ଭୂ-ବନ୍ଦୋବସ୍ତ, ମେଡିକାଲ କଲେଜ, ଧାନ ମଣ୍ଡି ସମସ୍ୟା, ମକାର ଅଭାବୀ ବିକ୍ରି  ଭଳି ସମସ୍ୟାର ସମାଧାନ ପାଇଁ ଗର୍ଜିଛି ଉମରକୋଟ ସଂଗ୍ରାମ ମଞ୍ଚ।…