ଗତ ଏକ ବର୍ଷରେ ସୁନା ଦର ୫୦ ପ୍ରତିଶତ ବୃଦ୍ଧି ପାଇଛି

ସୁନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ସମୟ କାରଣ ଏକ ସୁରକ୍ଷିତ ସମ୍ପତ୍ତି ଭାବରେ ଏହାର ଚାହିଦା ନିରନ୍ତର ବୃଦ୍ଧି ପାଉଛି। ପ୍ରତିବର୍ଷ ସୁନା ଦର ଦ୍ରୁତ ଗତିରେ ବଢିଚାଲିଛି । ଗତ ଏକ ବର୍ଷରେ ସୁନା ଦର ୫୦ ପ୍ରତିଶତ ବୃଦ୍ଧି ପାଇଛି ।  ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ…

ତାଇୱାନ ଆଥଲେଟିକ୍ସ ଓପନ୍ ପ୍ରତିଯୋଗିତାରେ ଭାରତକୁ 6 ସ୍ବର୍ଣ୍ଣ ପଦକ

ତାଇୱାନ ଆଥଲେଟିକ୍ସ ଓପନ୍ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପ୍ରଥମ ଦିନ ୬ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏସୀୟ ବିଜୟିନୀ ଜ୍ୟୋତି ୟାରାଜୀ ୧୦୦ ମିଟର୍ ବାଧା‌ଦୌଡ଼ରେ ଚମତ୍କାର ସମୟ (୧୨.୯୯ ସେକେଣ୍ଡ୍) ସହ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ପୁରୁଷ ୧୧୦ ମିଟର୍ ବାଧାଦୌଡ଼ରେ ତେଜାସ ଶୀର୍ଷେ ନିଜ…

ସୁସ୍ଥ ମାଢ଼ି ସମଗ୍ର ଦାନ୍ତ ସ୍ୱାସ୍ଥ୍ୟକୁ ଅକ୍ଷୁଣ୍ଣ ରଖିଥାଏ

ମୁଖ ପରିଚ୍ଛନ୍ନତା କଥା ଉଠିଲେ ସାଧାରଣତଃ ଦାନ୍ତ ହିଁ ଦୃଷ୍ଟି ଆକର୍ଷଣ କରିଥାଏ। ତେବେ ପାଟିର ଏକ ସମାନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ମାଢ଼ି। ତେଣୁ ତା’ ପ୍ରତି ଉପଯୁକ୍ତ ଧ୍ୟାନ ଦେବାକୁ ଦନ୍ତ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି। ଆମର ମାଢ଼ି କେବଳ ଆମ ଦାନ୍ତକୁ ଘେରି ରହିଥିବା ଗୋଲାପୀ…

ଆଜିଠୁ ରାଜ୍ୟରେ ଅନୁଭୂତ ହୋଇପାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ,୪୩ ଡିଗ୍ରି ପହଞ୍ଚିପାରେ ତାତି

ଆଜିଠୁ ରାଜ୍ୟରେ ଅନୁଭୂତ ହୋଇପାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ୪୩ ଡିଗ୍ରି ପହଞ୍ଚିପାରେ ତାତି। ସୁନ୍ଦରଗଡ଼, ଦେବଗଡ଼, ନୟାଗଡ଼, ସୋନପୁର ଆଦି ଜିଲ୍ଲାରେ ଆଜି ୪୨ ଡିଗ୍ରି ପାରଦ ପହଞ୍ଚିପାରେ । ସେହିପରି ପଶ୍ଚିମ ଓଡ଼ିଶାରେ ଅନ୍ୟ କିଛି ଜିଲ୍ଲାରେ ୪୦ ଡିଗ୍ରି ଉପରେ ରହିପାରେ ତାପମାତ୍ରା । ଏହାସହ…

12 ବର୍ଷ ପରେ ସୂର୍ଯ୍ୟ, ବୁଧ ଓ ଗୁରୁଙ୍କର ଏକ ଦୁର୍ଲ୍ଲଭ ତ୍ରିଗ୍ରହୀ ଯୋଗ ସୃଷ୍ଟି , ଏହି ରାଶିଙ୍କର ହେବ ଭାଗ୍ୟ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୁନ୍‌ ୨୦୨୫ରେ ସୂର୍ଯ୍ୟ, ବୁଧ ଓ ଗୁରୁଙ୍କର ଏକ ଦୁର୍ଲ୍ଲଭ ତ୍ରିଗ୍ରହୀ ଯୋଗ ହେବାକୁ ଯାଉଛି । ଏହା ଅତ୍ୟନ୍ତ ଶୁଭ ସଂଯୋଗ ବୋଲି ମଧ୍ୟ କୁହାଯାଏ । ପ୍ରାୟ ୧୨ ବର୍ଷ ପରେ ୧୫ ଜୁନ୍‌ରେ ମିଥୁନ ରାଶିରେ ଗୁରୁ, ସୂର୍ଯ୍ୟ ଓ ବୁଧ ଏକାଠି ହେବେ । ଏହାଦ୍ୱାରା ତ୍ରିଗ୍ରହୀ…

ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ…

ଆମ ସରକାର ଯାହା କଥା ଦିଅନ୍ତି, ତାହା କରିକି ଦେଖାନ୍ତି। ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ। ସରକାର ଆସିବାର ୨୪ ଘଣ୍ଟା ମଧ୍ୟରେ କ୍ୟାବିନେଟ ନିଷ୍ପତ୍ତି ନେଇ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ।…

ଆଜି ପରେ ବଢିବ ତାତି

ରାଜ୍ୟରେ ଏବେ ପାଗ ଆଂଶିକ ମେଘୁଆ ରହୁଥିବା ବେଳେ ଉପରବେଳା ଘଡ଼ଘଡ଼ି ସହ ବର୍ଷା ହେଉଛି। ଉପକୂଳ ଓ ସଂଲଗ୍ନ ଓଡ଼ିଶାରେ ଉଷ୍ମ, ଆର୍ଦ୍ର ପରିବେଶ ଯୋଗୁଁ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୩ ଦିନ ମଧ୍ୟ ରାଜ୍ୟରେ ଏହି ପାଗ ଜାରି ରହିବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଗଜପତି, ଗଞ୍ଜାମ, ରାୟଗଡ଼ା,…

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପକ୍ଷରୁ ପରିଚାଳିତ ଶାସ୍ତ୍ରୀ +୩ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶିତ

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପକ୍ଷରୁ ପରିଚାଳିତ ଶାସ୍ତ୍ରୀ +୩ ଶେଷବର୍ଷ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଉତ୍ତୀର୍ଣ୍ଣ ହାର ୮୧. ୭୮% ରହିଛି। ଛାତ୍ରଙ୍କଠାରୁ ଆଗରେ ରହିଛନ୍ତି ଛାତ୍ରୀ। ୧୧୮ ପରୀକ୍ଷା କେନ୍ଦ୍ରରେ ୧୩୯ ସଂସ୍କୃତ କଲେଜର ୫୦୮୯ ଛାତ୍ରଛାତ୍ରୀ ପରୀକ୍ଷା…

ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ

ପୁଣି ଅଘଟଣ ଘଟିଛି କଟକ ସହରରେ। କ୍ୟାଣ୍ଟେନ୍‌ମେଣ୍ଟ ଥାନା ଅଧୀନ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ଏକ ଅଘଟଣ ଘଟିଛି। ଏଠାରେ ଚାଲିଥିବା ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସୁଜୟ କୁମାର (୨୦)। ସେ ବିହାର…

ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ

ଛତିଶଗଡ଼ ବିଜାପୁର ଜିଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ୩ ଦିନ ଧରି ଚାଲିଥିବା ବଡ଼ ଧରଣର ସର୍ଚ୍ଚ ଅପରେସନରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ମାଓବାଦୀ ନେତା ରହିଛନ୍ତି। ସେମାନେ ହେଲେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ନରସିହ୍ମା ଚାଲମ…