ନବରାତ୍ରୀ ପାଇଁ ଚଳଚଞ୍ଚଳ ଗାଁରୁ ସହର । ନବରାତ୍ରୀର ପ୍ରଥମ ଦିନରେ ଘଟ ସ୍ଥାପନା କରାଯାଏ ଏବଂ ୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଜୌତି ଜଳାଯାଇ ଥାଏ । ନବରାତ୍ରୀର ପବିତ୍ର ୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଜୌତି ବା ଦୀପ ଜଳାଇବାର ଅନେକ ଲାଭ ରହିଛି । ଏହି ୯ ଦିନରେ ମା’ ଦୁର୍ଗାଙ୍କ ୯ଟି ରୂପକୁ ପୂଜା କରାଯାଇଥାଏ । ତେବେ ଆଜି ଠାରୁ ହିଁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଇଛି । ଆସନ୍ତା ୨୩ ଅକ୍ଟୋବରରେ ଏହା ସମାପ୍ତ ହେବ । ୨୪ ଅକ୍ଟୋବରରେ ଦଶହରା ପାଳନ କରାଯିବ । ଏହି ଦିନ ଦୁର୍ଗା ମା’ଙ୍କ ପ୍ରତିମା ବିସର୍ଜନ ହୋଇଥାଏ । ଚଳିତ ବର୍ଷ ନମରାତ୍ରୀରେ ହାତୀରେ ମା’ ଦୁର୍ଗାଙ୍କ ଆଗମନ ହେବ, ଯାହା ବହୁତ ହିଁ ଶୁଭ । ତେବେ ଆସନ୍ତୁ ଜାଣିବା ନବରାତ୍ରୀରେ ମା’ ଦୁର୍ଗାଙ୍କ ସମ୍ମୁଖରେ କାହିଁକି ଅଖଣ୍ଡ ଜୌତି ପ୍ରଜ୍ୱଳିତ କରାଯାଏ ।ନବରାତ୍ରୀରେ ଅଖଣ୍ଡ ଜୌତି ଜଳାଇବାର ବିଶେଷ ମହତ୍ତ୍ୱ ରହିଛି । ଅଖଣ୍ଡ ଦୀପର ଅର୍ଥ ହେଉଛି ଲଗାତାର ଦୀପକୁ ଜଳାଇ ରଖିବା ଏବଂ ଏହାକୁ ଲିଭିବାକୁ ନଦେବା । ନବରାତ୍ରୀର ୯ ଦିନ ପର୍ଯ୍ୟନ୍ତ ଲଗାତାର ୨୪ ଘଣ୍ଟା ମା’ଙ୍କ ସାମ୍ନାରେ ଦୀପ ଜଳାଇ ରଖାଯାଇଥାଏ । ମାନ୍ୟତା ଅନୁସାରେ ଅଖଣ୍ଡ ଦୀପ ଜଳାଇ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ମା’ଙ୍କ ଆଶ୍ରୀର୍ବାଦ ପ୍ରାପ୍ତ ହୋଇଥାଏ । ମା’ ପ୍ରସନ୍ନ ହୋଇ ସମସ୍ତ ମନକାମନା ପୂର୍ଣ୍ଣ କରିଥାନ୍ତି । ଦୀପ ଲିଭିବାରୁ ବଞ୍ଚାଇବା ପାଇଁ ସେଥିରେ ଘିଅ କିମ୍ବା ତେଲ ନସରିବାକୁ ଧ୍ୟାନ ଦେବାକୁ ପଡ଼ିଥାଏ ।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post