ମେଷ: ବନ୍ଧୁମାନଙ୍କ ସହିତ ବାହାରକୁ ବୁଲିଯିବାର ଯୋଜନା ବାତିଲ କରିଦେବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବା ପାଇଁ ବିଚାର କରିବେ। ପରିବାରର ବିଶେଷ ମାମଲାରେ ଅଣଦେଖା କରନ୍ତୁ ନାହିଁ।
ବୃଷ: ଲୋକମାନଙ୍କ ପ୍ରତି ଆପଣଙ୍କର ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ। ସମାଜ ସେବା ପାଇଁ ଆଗ୍ରହ ବଢ଼ିବ। ଧନଲାଭ ଯୋଗ ଅଛି। କୌଣସି କାମ ପାଇଁ ଆପଣଙ୍କର ଚେଷ୍ଟା ସଫଳ ହେବ।
ମିଥୁନ: କୌଣସି ବନ୍ଧୁ ସହ ଭବିଷ୍ୟତ ଯୋଜନା ଉପରେ ବିଚାର ବିମର୍ଶ କରିବେ। କାହାରିକୁ ସାହାଯ୍ୟ କରିବାର ମଉକା ପାଇବେ। ବେପାରରେ ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ।
କର୍କଟ: ବାପା ମାଆଙ୍କ ସହିତ କୌଣସି ସ୍ଥାନକୁ ଯିବାର ଯୋଜନା କରିବେ। ସରକାରୀ କାମରେ ସାବଧାନତା ଅବଲମ୍ବନ କରନ୍ତୁ। ବନ୍ଧୁମାନଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ।
ସିଂହ: ଜମିରେ ନିବେଶ ପାଇଁ ଭଲ ଦିନଟିଏ। ଚାକିରି ଖୋଜୁଥିବା ମହିଳାମାନେ ଭଲ ଖବର ପାଇବେ। ଘରେ କୌଣସି ଧାର୍ମିକ କର୍ମନିର୍ଘଣ୍ଟ ହୋଇପାରେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।
କନ୍ୟା: ଚାକିରିଜୀବୀଙ୍କ ଲାଗି ଅଫିସ କାମରେ ଦୂରସ୍ଥାନକୁ ଯିବାର ଯୋଗ ଅଛି। ଛାତ୍ରଛାତ୍ରୀଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ପ୍ରେମୀ ଯୁଗଳ ନିଜର ସମ୍ବନ୍ଧକୁ ଆହୁରି ମଜଭୁତ କରିବା ଲାଗି ସାଥିରେ ସମୟ କଟାଇବେ।
ତୁଳା: କଠିନ ପରିଶ୍ରମର ଭଲ ଫଳ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ପରିବାର ଓ ବ୍ୟବସାୟରେ ନିଜର ଦାୟିତ୍ବକୁ ଭଲଭାବେ ତୁଲାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ବିଛା: ଜମି ସଂପର୍କିତ ବ୍ୟବସାୟରେ ବଡ଼ ଡ଼ିଲ୍ ହୋଇପାରେ। ଅସାବଧାନତା ଓ ଉଦାରତା ବ୍ୟବସାୟରେ ହାନିକାରକ ହୋଇପାରେ। ଅନ୍ତରଙ୍ଗ ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ।
ଧନୁ: ଚାକିରି କ୍ଷେତ୍ରରେ ଯାହା କରିବେ ସେଥିରେ ସଫଳତା ପାଇବେ। ପ୍ରିୟଜନଙ୍କ ଠାରୁ ଆପଣଙ୍କର ମନ ପସନ୍ଦ ଉପହାର ପାଇବେ। ଦୀର୍ଘ ଦିନରୁ ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।
ମକର: ଆପଣ ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ପୂରା କରିବା ପାଇଁ ସଂପୂର୍ଣ୍ଣରୂପେ ପ୍ରୟାସ କରିବେ। ଚାକିରି ପାଇଁ ସାକ୍ଷାତକାର ଦେଇଥିବା ବ୍ୟକ୍ତିଙ୍କୁ ଭଲ ଉଦ୍ୟୋଗରୁ ଫୋନ ଆସିବ।
କୁମ୍ଭ: କୌଣସି ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କ ଠାରୁ କୌଣସି ମାମଲାରେ କେହି ପରାମର୍ଶ ନେଇ ପାରନ୍ତି। ବ୍ୟବସାୟୀଙ୍କୁ କାମରେ ନୂଆ ଅନୁଭବ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।
ମୀନ: ଆପଣ ନିଜର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ। ଆପଣଙ୍କ ପରାମର୍ଶରେ ଅନ୍ୟମାନଙ୍କର ଲାଭ ହେବ। ଚାକିରିରେ ସୁଖଦ ପରିଣାମ ପାଇବେ। ମାଆଙ୍କ ମନ ପସନ୍ଦର ଜିନିଷ ନେଇ ଉପହାର ଦେବେ।