ଦୁର୍ଲ୍ଲଭ ଯୋଗ , ଏହି ରାଶି ହେବେ ଧନୀ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ କର୍ମଫଳ ଦାତା ଶନି ବର୍ତ୍ତମାନ ଓଲଟା ଚଳନ କରିଛନ୍ତି । ବୃହସ୍ପତି ମଧ୍ୟ ଚଳନ କରିଛନ୍ତି । ଶନି ଓ ଗୁରୁ ପୂର୍ବରୁ ହିଁ ବିଶେଷ ସ୍ଥିତିରେ ରହିଛନ୍ତି । ଏବେ ଶନି-ଗୁରୁ ପରସ୍ପର ସହ ୧୦୮ ଡିଗ୍ରୀରେ ରହିଛନ୍ତି ।
ଶନି-ଗୁରୁ ପରସ୍ପର ସହ ୧୦୮ ଡିଗ୍ରୀରେ ରହିବା ତ୍ରିଦଶାଂଶ ଯୋଗ ସୃଷ୍ଟି କରୁଛନ୍ତି । ଏହାର ପ୍ରଭାବ ସମସ୍ତ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ସହ ଧନ ସମ୍ପତ୍ତି ବୃଦ୍ଧି ହେବ ।
ବୃଷ- ଏହି ରାଶିଙ୍କୁ ଶୁଭଫଳ ମିଳିବ । ଶନି-ଗୁରୁଙ୍କ ଆଶୀର୍ବାଦ ମିଳିବ । ହଠାତ୍ ଧନ ଲାଭ ହେବ । ଧନ-ସମ୍ପତ୍ତି ବୃଦ୍ଧି ହେବ । ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ବିତିବ । ପ୍ରେମ ସମ୍ପର୍କ ମଜଭୁତ ହେବ । ବିବାହ ସ୍ଥିର ହେବ । ମାନ-ସମ୍ମାନ ବୃଦ୍ଧି ହେବ ।
ମିଥୁନ- ଜୀବନରେ ଖୁସିରେ ଆଗମନ ହେବ । ପୁରୁଣା ସମସ୍ୟା ଦୂର ହେବ । ପରିଶ୍ରମର ଫଳ ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ମନର ଇଚ୍ଛା ପୂରଣ ହେବ ।
ମକର- ସକରାତ୍ମକ ଫଳ ମିଳିବ । ପୁରୁଣା ରୋଗ ଦୂର ହେବ । ଚାକିରି ବ୍ୟବସାୟ ଉଭୟରେ ଉନ୍ନତି ହେବ । କର୍ମକ୍ଷେତ୍ରରେ ସମ୍ମାନ ମିଳିବ । ଖୁସି ଖବର ମଧ୍ୟ ମିଳିବ ।