ଆଜିର ରାଶିଫଳ
ବୁଧ ଓ ଶୁକ୍ରଙ୍କ ଲାଭ ଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ। ଗ୍ରହଙ୍କ ଚଳନ ଓ ଜୀବନରେ ଶୁଭ,ଅଶୁଭ ପ୍ରଭାବ କାରଣରୁ ବିଭିନ୍ନ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ । ବୁଧ ଓ ଶୁକ୍ର ଗ୍ରହ ଏକାଠି ହେବା ସହ ଶୁଭ ସ୍ଥିତିରେ ରହିବା କାରଣରୁ ଲାଭ ଦୃଷ୍ଟି ଯୋଗ ସୃଷ୍ଟି ହୋଇଥାଏ । ୧୨ ଜୁନ୍ ୨୦୨୫ରେ ଏହି ୨ ଗ୍ରହ ଏକାଠି ହେବା ସହ ଶୁଭ ଯୋଗ ହେବାକୁ ଯାଉଛି। ସେହିପରି ସୁଖସମୃଦ୍ଧି ଧନ,ବୈଭବ,ପ୍ରେମର କାରକ ଗ୍ରହ ଶୁକ୍ର ଜୁନ୍ରେ ୨ ଥର ଚଳନ କରିବେ । ଜାଣନ୍ତୁ କେଉଁ କେଉଁ ରାଶିଙ୍କର ହେବ ବିବାହ ଓ ଧନ ସମ୍ପତ୍ତି ବୃଦ୍ଧି..ଜାଣନ୍ତୁ ଏହାର ପ୍ରଭାବରେ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ..
ମିଥୁନ- ଏହି ରାଶିଙ୍କ ପାଇଁ ସମୟ ଅନୁକୂଳ ରହିଛି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ବ୍ୟବସାୟରେ ବଡ ଲାଭ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ଶିକ୍ଷା ଓ କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ ।
ତୁଳା- ଶୁଭ ସମୟ ଆରମ୍ଭ ହେବ । ଧନ-ସମ୍ପତ୍ତି ବୃଦ୍ଧି ହେବ । ସଫଳତା କାରଣରୁ ମନ ପ୍ରସନ୍ନ ରହିବ । କର୍ମକ୍ଷେତ୍ରରେ ମଧ୍ୟ ବଡ ଲାଭ ମିଳିବ । ଆତ୍ମ ବିଶ୍ୱାସ ବୃଦ୍ଧି ହେବ । ଦେଶ-ବିଦେଶ ଯାତ୍ରାର ଯୋଗ ରହିଛି । ବିବାହର ଯୋଗ ରହିଛି । ଟଙ୍କା ନିବେଶ କରି ଲାଭବାନ୍ ହେବେ ।
ଧନୁ- ଶୁଭ ଖବର ମିଳିବ । ଧନ-ସମ୍ପତ୍ତି ବୃଦ୍ଧି ହେବ । ଯାତ୍ରାର ଯୋଗ ରହିଛି । ଅଟକି ଥିବା କାମ ପୂରଣ ହେବ । ନୂଆ ଯାନ କିଣିବାର ଯୋଗ ରହିଛି । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ ।
କୁମ୍ଭ- ଆର୍ଥିକ ଓ ମାନସିକ କ୍ଷେତ୍ରରେ ମଜଭୁତ ହେବେ । ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ବ୍ୟବସାୟ ବିସ୍ତାର ହେବ । ଛାତ୍ରଛାତ୍ରୀ ସଫଳତା ପାଇବେ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ ।
ବୃଷ- ଶୁକ୍ରଙ୍କ ଏହି ଚଳନ ଫଳରେ ବୃଷ ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ଲାଭର ଅନେକ ସୁଯୋଗ ମିଳିବ । ଚାକିରିରେ ଶୁଭ ଖବର ମିଳିବ । ମାନ-ସମ୍ମାନ ବୃଦ୍ଧି ସହ ପ୍ରେମ ସମ୍ପର୍କ ମଜଭୁତ ହେବ । ଅବିବାହିତ ଯୁବକ ଯୁବତୀଙ୍କର ବିବାହ ହେବ ।
ସିଂହ- ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚିନ୍ତା ଦୂର ହେବ । ଧନ ଲାଭର ଯୋଗ ରହିଛି ।