ଜୁନ୍ ମାସରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ , ଏହି ରାଶି ହେବେ ମାଲାମାଲ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଆଉ ଏକ ରାଶିକୁ ଚଳନ କରି ଥାନ୍ତି । ଗ୍ରହଙ୍କ ଚଳନ ଫଳରେ ତ୍ରିଗ୍ରହୀ ଓ ଚର୍ତୁଃଗ୍ରହୀ ଯୋଗ ମଧ୍ୟ ସୃଷ୍ଟି ହୋଇଥାଏ । ଜୁନ୍ ମାସରେ ବୁଧ ଓ ସୂର୍ଯ୍ୟ ଚଳନ କରିବେ । ସୁଖ-ସମୃଦ୍ଧିର କାରକ ବୃହସ୍ପତି ମଧ୍ୟ ଚଳନ କରିବେ । ତେବେ ଏହି ସମୟରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ । ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍ ହେବେ । ଜାଣନ୍ତୁ..
ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ହେବ । ଏମାନଙ୍କୁ ହଠାତ୍ ଧନ ମିଳିବ । ବ୍ୟବସାୟରେ ମଧ୍ୟ ଉନ୍ନତି ହେବ । ଆୟର ନୂଆ ସ୍ରୋତ ସାମ୍ନାକୁ ଆସିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ପାରିବାରିକ ଜୀବନରେ ସୁଖ-ଶାନ୍ତି ବୃଦ୍ଧି ହେବ । ଅନେକ ଦିନର ଇଚ୍ଛା ପୂରଣ ହେବ ।
ତୁଳା- ଏହି ରାଶିଙ୍କୁ ସକରାତ୍ମକ ଫଳ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଭାଗ୍ୟ ଚମକିବ । ଦେଶ ବିଦେଶ ଯାତ୍ରାର ଯୋଗ ରହିଛି । ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ଅଟକି ଥିବା କାମରେ ସଫଳତା ମିଳିବ ।
ସିଂହ- ଆୟ ସହ ଆର୍ଥିକ ସ୍ଥିତି ମଜଭୁତ ହେବ । ଆୟରେ ଜବରଦସ୍ତ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ପଦନ୍ନୋତିର ଯୋଗ ରହିଛି । ଅଧିକାରୀଙ୍କ ସହଯୋଗ ମିଳିବ । ଟଙ୍କା ନିବେଶ କରି ଲାଭବାନ୍ ହେବେ । ହଠାତ୍ ଧନ ଲାଭ ହେବ ।