ଅକ୍ଟୋବରରେ ଶୁକ୍ର ଗ୍ରହ ଚଳନ କରି କନ୍ୟା ରାଶିରେ ଚଳନ କରିବେ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଧନ, ବୈଭବ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ବୋଲି କୁହାଯାଏ । ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବା ଦ୍ୱାରା ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ୯ ଅକ୍ଟୋବରରେ ଶୁକ୍ର ଗ୍ରହ ଚଳନ କରି କନ୍ୟା ରାଶିରେ ଚଳନ କରିବେ । ଏହି ଚଳନ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଙ୍କର । ଜାଣନ୍ତୁ ସେହି ରାଶି ବିଷୟରେ..
ବୃଷ- ଏହି ରାଶିଙ୍କୁ ଅନେକ ଶୁଭଫଳ ମିଳିବ । ପରିଶ୍ରମର ଫଳ ମଧ୍ୟ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବୈବାହିକ ଜୀବନ ସୁଖମୟ ହେବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ସଫଳତା ହାସଲ କରିବେ । ସନ୍ତାନ ସୁଖ ମିଳିବ । ଟଙ୍କା ନିବେଶ ପାଇଁ ଶୁଭ ସମୟ । ମାନ-ସମ୍ମାନ ବୃଦ୍ଧି ହେବ ।
ମିଥୁନ- ଏହି ରାଶିଙ୍କୁ ମଧ୍ୟ ଭାଗ୍ୟର ସାଥ୍ ମିଳିବ । ପୁରୁଣା ଅଟକି ଥିବା କାମ ପୂରଣ ହେବ । ପରିବାରରେ ଶାନ୍ତି ଓ ହସଖୁସିର ବାତାବରଣ ରହିବ । ଆର୍ଥିକ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ହେବ ।
କନ୍ୟା- ଭାଗ୍ୟ ହଠାତ୍ ବଦଳିବ । ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି । ବ୍ୟବସାୟରେ ବଡ ଲାଭ ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ପରିଶ୍ରମର ଫଳ ମିଳିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଅଟକି ଥିବା କାମ ପୂରଣ ହେବ ।