ଆଜିର ରାଶିଫଳ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ବୁଦ୍ଧି, ବିଚାର ଓ ବ୍ୟବସାୟର କାରକ ବୋଲି ମାନ୍ୟତା ରହିଛି । ବୁଧଦେବ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ୩୦ ଅଗଷ୍ଟରେ ବୁଧ ସିଂହ ରାଶିରେ ଚଳନ କରିବେ । ଜାଣନ୍ତୁ ଏହି ଚଳନ କାରଣରୁ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍ ହେବେ..
ମେଷ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଅନେକ କାର୍ଯ୍ୟରେ ସଫଳତା ମିଳିବ । ଧନ ବୃଦ୍ଧି ହେବ । ହଠାତ୍ ବ୍ୟବସାୟରେ ବଡ ସଫଳତା ମିଳିବ ।
ମିଥୁନ- ଗୁଣ-ବିଚାର, ଭାଷା ଓ ବ୍ୟବହାରରେ ସ୍ପଷ୍ଟତା ରହିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ନୂଆ ନୂଆ ଯୋଜନା କରି ସଫଳତା ପାଇବେ । ବ୍ୟବସାୟରେ ଅଟକି ଥିବା କାମ ପୂରଣ ହେବ ।
କର୍କଟ- ଏହି ରାଶିଙ୍କୁ ଅଟକି ଥିବା ଧନ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ ।
ସିଂହ- ନେତୃତ୍ୱ କ୍ଷମତା ବୃଦ୍ଧି ହେବ । ବାଣୀ, ବୁଦ୍ଧି କାରଣରୁ ସଫଳତା ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ବଡ ସଫଳତା ସହ ଚିନ୍ତା ଦୂର ହେବ ।
ଧନୁ- ଏହି ରାଶିଙ୍କୁ ଶୁଭଫଳ ମିଳିବ । ଜବରଦସ୍ତ ଲାଭ ସହ ଧନ ପ୍ରାପ୍ତି ହେବ । ଯାତ୍ରା କାରଣରୁ ଧନ ଲାଭର ଯୋଗ ରହିଛି । ଚିନ୍ତା ଦୂର ହେବ ।