ଆଜିର ରାଶିଫଳ

ମେଷ: ଆପଣ ଅଧିକ ସମୟ ପରିବାର ସହ ଅତିବାହିତ କରିବେ। ଆପଣଙ୍କର ଅଧୁରା କାମ ପୂରା ହେବ। ଖେଳାଳୀମାନେ ନିଜର ହୃତଗୌରବ ଫେରି ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମିଥୁନ: ଭାବିଥିବା ସବୁ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବାହନ ଚଳାଇବା ସମୟରେ ଅନ୍ୟମନସ୍କ ହୁଅନ୍ତୁ ନାହିଁ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।

କର୍କଟ: ଆପଣ ଯେଉଁ ନିର୍ଣ୍ଣୟ ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ମିଳିବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ। ବାହନ କିଣିବା ଲାଗି ମନ ବଳିବ। ଘରକୁ କୁଣିଆ ଆସିବେ।

ସିଂହ: ଅଫିସ କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭ ଯୋଗ ଅଛି। ପରିବାରକୁ ନୂଆ ବନ୍ଧୁର ଆଗମନ ହେବ। ଛାତ୍ରଙ୍କ ମନ କିଛି ନୂଆ ଶିଖିବାରେ ଆଗ୍ରହ ହେବ।

କନ୍ୟା: କୌଣସି ପାରିବାରିକ ଦାୟିତ୍ବ ଆପଣଙ୍କୁ ପ୍ରଦାନ କରାଯାଇପାରେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣି ପାରନ୍ତି। ବିରୋଧୀଙ୍କ ସହ ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ତୁଳା: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଇସ୍ପାତ ସାମଗ୍ରୀ କିଣି ପାରନ୍ତି। ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।

ବିଛା: ପେସାଦାର ବ୍ୟବସାୟଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ରାଜନୀତିରେ ସଫଳତା ପାଇବେ। ମହିଳାମାନଙ୍କ ଲାଗି ଭଲ ଦିନଟିଏ।

ଧନୁ: ଦେବ ଦର୍ଶନ ଯୋଗ ରହିଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସମାଜରେ ପ୍ରସିଦ୍ଧି ବଢ଼ିବ। ବେପାରରେ ବକେୟା ଅର୍ଥ ପାଇବେ। ଚାକିରିରେ ପଦୋନ୍ନତି ହୋଇପାରେ।

ମକର: ଯେଉଁ କାମ କରିବାକୁ ଭାବିବେ ତାହା ମନୋଯୋଗରେ କରିବେ। କୋର୍ଟ ମାମଲାରେ ଆପଣଙ୍କର ଜୟଲାଭ ହେବ। ଅଫିସରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଭଗବାନଙ୍କ ପ୍ରତି ଆସ୍ଥା ବଢ଼ିବ।

କୁମ୍ଭ: ଶତ୍ରୁ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଲାଭର ଅବସର ହାତଛଡ଼ା କରନ୍ତୁ ନାହିଁ। ପେସାଦାର ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ସମ୍ବନ୍ଧ ଭଲ ହେବ। ପ୍ରେମ ଜୀବନ ମଧୁର ରହିବ।

ମୀନ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ଆପଣଙ୍କର ସବୁ ମନୋକାମନା ପୂରଣ ହେବ। ଅବିବାହିତ କନ୍ୟାଙ୍କ ଲାଗି ଭଲ ଦିନଟିଏ। ପ୍ରତିଯୋଗୀ ପରୀକ୍ଷାର୍ଥୀଙ୍କୁ ଶୁଭ ମିଳିବ।