ନଭେମ୍ବର ମାସରେ ଶନି ସିଧା ଚଳନ କରିବେ , ଏହି ରାଶି ହେବେ ଉପକୃତ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବତାଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା ବୋଲି କୁହାଯାଏ । ଶନି ପ୍ରାୟ ୩୦ ବର୍ଷ ପରେ ଗୁରୁଙ୍କ ରାଶି ମୀନ ରାଶିରେ ପ୍ରବେଶ କରିଛନ୍ତି । ୨୦୨୭ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଏହି ସମୟ ମଧ୍ୟରେ ତାଙ୍କ ଚଳନରେ ଅନେକ ପରିବର୍ତ୍ତନ ହେବ । ଏହାର ପ୍ରଭାବ ଦେଶ ଦୁନିଆ ସହ ସମସ୍ତ ରାଶି ଉପରେ ମଧ୍ୟ ପଡିବ । ଜୁଲାଇ ମାସରେ ଶନି ମୀନ ରାଶିରେ ଓଲଟା ଚଳନ କରିଛନ୍ତି । ନଭେମ୍ବର ମାସରେ ଶନି ସିଧା ଚଳନ କରିବେ । ଶନି ସିଧା ଚଳନ କରିବା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଚାକିରି ବ୍ୟବସାୟରେ ଲାଭ, ଆର୍ଥିକ କ୍ଷେତ୍ରରେ ଉନ୍ନତି ଓ ଅନେକ ସଫଳତା ମିଳିବ ।
ବୃଷ- ଆମଦାନୀରେ ବୃଦ୍ଧି ହେବ । ଧନ ଲାଭ ହେବ । ଚିନ୍ତା ଦୂର ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଭବିଷ୍ୟତ ପାଇଁ ବଡ ଯୋଜନା କରିବେ । ଶରୀର ସୁସ୍ଥ ରହିବ । ଧନ ସଞ୍ଚୟ କରିବେ ।
ମିଥୁନ- ଭାଗ୍ୟର ସାଥ୍ ମିଳିବ । ଧନ ଲାଭର ଯୋଗ ରହିଛି । ଚାକିରି ଓ ବ୍ୟବସାୟୀଙ୍କ ପାଇଁ ସମୟ ଶୁଭଙ୍କର । ବଡ କାର୍ଯ୍ୟରେ ସଫଳତା ମିଳିବାର ଯୋଗ ରହିଛି । ଦରମା ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ ।
କୁମ୍ଭ- ଏହି ରାଶିଙ୍କୁ ମଧ୍ୟ ସକରାତ୍ମକ ଫଳ ମିଳିବ । ଧନ ପ୍ରାପ୍ତି ସହ ବାଣୀ କାରଣରୁ ସଫଳତା ପାଇବେ । ହଠାତ୍ ଧନ ଲାଭର ଯୋଗ ରହିଛି । ନୂଆ ଦାୟିତ୍ୱ ମିଳିବ। ବ୍ୟବସାୟରେ ବଡ ଲାଭ ମିଳିବ। ଲୋକପ୍ରିୟତା ବୃଦ୍ଧି ହେବ।
ମୀନ- ବର୍ତ୍ତମାନ ସମୟରେ ଶନି ମୀନ ରାଶିରେ ଓଲଟା ଚଳନ କରିଛନ୍ତି। ଏହାସହ ସାଢେସାତୀର ୨ୟ ଚରଣ ମଧ୍ୟ ଚାଲୁଛି । ମାତ୍ର ଏହି ରାଶିରେ ସୁଖ-ସମୃଦ୍ଧି ବୃଦ୍ଧି ହେବା ସହ ଅନେକ କ୍ଷେତ୍ରରେ ସଫଳତା ମିଳିବ । ଘରେ ସୁଖଶାନ୍ତିର ବାତାବରଣ ରହିବ। ଶୁଭ ଖବର ମିଳିବ। ଅଟକି ଥିବା କାମ ପୂରଣ ସହ ଧନ ମଧ୍ୟ ପ୍ରାପ୍ତି ହେବ । ନୂଆ ଘର, ଗାଡି, ଭୂମି କିଣିବାର ଯୋଗ ରହିଛି। ଟଙ୍କା ନିବେଶ କରି ଭବିଷ୍ୟତରେ ଲାଭବାନ୍ ହେବେ । ପରିବାରରେ ହସଖୁସିର ବାତାବରଣ ରହିବ ।