ଅକ୍ଷୟ ତୃତୀୟାରେ ଚମକିବ ଏହି ରାଶିଙ୍କ ଭାଗ୍ୟ

ଚଳିତ ବର୍ଷ ଅକ୍ଷୟ ତୃତୀୟା ୩୦ ଏପ୍ରିଲରେ ପାଳନ କରାଯିବ । ଏହାର ୨ ଦିନ ପୂର୍ବରୁ ଅର୍ଥାତ୍‌ ୨୮ ଏପ୍ରିଲରେ ଗୁରୁ-ଶନିର ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି । ଜ୍ୟୋତିଷ ଗଣନାନୁସାରେ ଏହି ଦିନ ଶନି ଦେବ ଉତ୍ତରାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ । ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଧନୀ କରିବ । ଜାଣନ୍ତୁ ଶନି-ଗୁରୁଙ୍କ ଏହି ନକ୍ଷତ୍ର କେଉଁ କେଉଁ ରାଶି ବ୍ୟକ୍ତି ବିଶେଷଙ୍କୁ ମାଲାମାଲ୍‌ କରିବ..

ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ନୂଆ ଚାକିରି ମିଳିବ । ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ଭାଗ୍ୟର ସାଥ୍‌ ମିଳିବା ସହ ଅନେକ କ୍ଷେତ୍ରରେ ସଫଳତା ମିଳିବ ।

ବୃଷ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ସହ ପରିବାରରେ ହସଖୁସି ଶାନ୍ତିର ବାତାବରଣ ରହିବ । କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି ।

କନ୍ୟା- ପରିଶ୍ରମ ଅଧିକ କରିବା ଦ୍ୱାରା ଆର୍ଥିକ ଉନ୍ନତି ହେବ । କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ଅନେକ କ୍ଷେତ୍ରରେ ସଫଳତା ମିଳିବ ।

ବିଛା- ଶକ୍ତି, ଜ୍ଞାନ ଦ୍ୱାରା ନୂଆ ମାର୍ଗଦର୍ଶନ ମିଳିବ। କୋର୍ଟ -କଚେରୀ ମାମଲାରେ ସଫଳତା ମିଳିବ। ଧନ ବୃଦ୍ଧି ହେବ।

ମୀନ- ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ। ଚାକିରିରେ ଦାୟିତ୍ୱ ମିଳିବ। ଚାକିରିରେ ପଦନ୍ନୋତିର ଯୋଗ ରହିଛି।

Leave a comment