ଆଜିର ରାଶିଫଳ

ମେଷ: ପତ୍ନୀ ସର୍ବଂସହା ହେବେ। ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ଚଳଚଞ୍ଚଳ ରହିବେ। ଧନପ୍ରିୟ ହୋଇପାରନ୍ତି। ସାଧୁତା ଗୁଣର ଆଧାର ହେବେ। ପତିପରାୟଣ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ।

ବୃଷ: ଗୃହପାଳିତ ପଶୁମାନଙ୍କୁ ନିଜ ଆୟତ୍ତରେ ରଖି ନପାରି ପଡ଼ୋଶୀଙ୍କ ଫସଲ ନଷ୍ଟ ଯୋଗଁୁ ବୈରତା ଭାବଯୁକ୍ତ ହେବେ। ଠିକିଲେ ଶିକ୍ଷିବେ। ସତ୍‌ମାର୍ଗରେ ପରିଚାଳିତ ହେବେ। ପତ୍ନୀ ସୁଖ ଓ ବନ୍ଧୁସୁଖ ମିଳିବ।

ମିଥୁନ: ସନ୍ତାନମାନେ ସୁଶିକ୍ଷିତ ଓ ଜ୍ଞାନବିଜ୍ଞାନର ଆଧାର ହୋଇପାରନ୍ତି। ସ୍ବଧର୍ମାନୁରକ୍ତ ହେବେ। ସତ୍‌ଚରିତ୍ରଯୁକ୍ତ ହେବେ। ତେଜୋଦୀପ୍ତ ହୋଇ ନିଜର ଜ୍ଞାନ ଗୁଣକୁ ଜନସ୍ବାର୍ଥରେ ବିନିଯୋଗ କରିବେ। ସୁଖୀ ହେବେ।

କର୍କଟ: ଜଳଯାତ ଦ୍ରବ୍ୟରୁ ଧନ ପ୍ରାପ୍ତ ହୋଇ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରନ୍ତି। ଗୃହ ପରିବେଶ ଉତ୍ତମ ମାନର ହେବ। କୂପ ଜଳକୁ ବିଶୋଧନ କରିପାରନ୍ତି। ଭୂସମ୍ପତ୍ତି ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି।

ସିଂହ:  ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟପାତ୍ର ଓ ଆପଣାର କରିପାରନ୍ତି। ଜଣେ ଉପଯୁକ୍ତ ପରାମର୍ଶଦାତାର ଭୂମିକା ନିର୍ବାହ କରିବେ। ଧୀର ପାଣି ପଥର କାଟିବା ସ୍ବଭାବର ହେବେ।

କନ୍ୟା: ସରକାରୀ ସ୍ତରରୁ ସାହାଯ୍ୟ ଆକାରରେ ଆଶାତୀତ ଧନ ଆହରଣ କରି ନିଜର ସ୍ବାସ୍ଥ୍ୟ ସମ୍ପଦକୁ ନିରାମୟ ରଖିବେ। ପୂର୍ବାର୍ଜିତ କର୍ମଫଳ ଯୋଗଁୁ ଭ୍ରାତୃ ସହାୟତାରେ ତେଜିୟାନ୍‌ ହେବେ। ବ୍ୟବସାୟ ଲାଭଯୁକ୍ତ ହେବ।

ତୁଳା : ଚିତ୍ରବିଦ୍ୟା ପାରଦର୍ଶୀ ହୋଇ ସୁଖ୍ୟାତି ଅର୍ଜନ କରିପାରନ୍ତି। ଅତିମାତ୍ରାରେ ପୁଣ୍ୟ କର୍ମଶୀଳ ହୋଇ ସମସ୍ତଙ୍କର ଆଦର୍ଶ ସ୍ଥାନୀୟ ହେବେ। ସମ୍ପତ୍ତିବାନ୍‌ ହେବେ। ନୃପତୁଲ୍ୟ କ୍ଷମତାର ଅଧିକାରୀ ହେବେ।

ବିଛା: ନିତ୍ୟକର୍ମ ସ୍ବଚ୍ଛ ଓ ନିର୍ମଳ ରହିବ। ଦୃଢ଼ମନା ହେବେ। ପ୍ରତ୍ୟେକ କାର୍ଯ୍ୟରେ ସହଯୋଗୀ ଓ ଅନୁଗତଙ୍କୁ ସୁପରାମର୍ଶ ଦେଇ କାର୍ଯ୍ୟ କରୁଥିବା ସଂସ୍ଥାର ଉନ୍ନତି ସାଧନ କରିବେ। ଚୋରଙ୍କ ପ୍ରତି ସତର୍କ ରହିବେ।

ଧନୁ: ସରକାରଙ୍କ ବିଭାଗୀୟ ସ୍ତରରୁ ଧନଲାଭର ସୂଚନା ମିଳୁଛି। ସେବା କ୍ଷେତ୍ରରେ ଆପଣଙ୍କ କର୍ମ ନିପୁଣତା ଆଦର୍ଶଯୁକ୍ତ ହେବ। ମହାନ୍‌ ପୌରୁଷର ଅଧିକାରୀ ହେବେ। ପୁଷ୍ପାଭରଣ ହେବେ। ଧନ ପ୍ରାପ୍ତ ହେବ।

ମକର: ପରୋପକାରୀ ହୋଇପାରନ୍ତି। କର୍ମ ଉପରେ ପ୍ରାଧାନ୍ୟ ଦେବେ। ହୃଦୟରେ ଦୟାଭାବ ଜାଗ୍ରତ ହେବ। ଦୁଷ୍ଟ ସଙ୍ଗୀ ପରିତ୍ୟାଗ କରି ସତ୍‌ସଙ୍ଗୀ ହୋଇପାରନ୍ତି। ନିଜେ ପରିବାରକୁ ଭଲ ପରାମର୍ଶ ଦେବେ।

କୁମ୍ଭ: ଦେବ ଭକ୍ତିଯୁକ୍ତ ହେବାର ସୂଚନା ମିଳୁଛି। ଧର୍ମ କାର୍ଯ୍ୟରେ ଲିପ୍ତ ରହି ଅନ୍ୟମାନଙ୍କୁ ନିଷ୍କାମ ଧର୍ମରେ ଦୀକ୍ଷିତ କରାଇ ପାରନ୍ତି। ନିଜେ ସଳିତା ଭଳି ଜଳି ଅନ୍ୟମାନଙ୍କୁ ଆଲୋକ ଦାନ କରିବେ।

ମୀନ:  ପ୍ରତ୍ୟେକ କ୍ଷେତ୍ରରେ ଅମାନିଆ ହେବେ। କର୍ମକ୍ଷେତ୍ରରେ ବ୍ୟସ୍ତ ରହି ମଧ୍ୟ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବାକୁ ପଡ଼ିବ। କାହାରି ନିନ୍ଦାକୁ ଭ୍ରୂକ୍ଷେପ ନକରି ନିଜ ବୁଦ୍ଧିରେ ବାଟ ଚାଲିପାରନ୍ତି।

Leave a comment