ଜାଣନ୍ତୁ ଆଜିର ରାଶିଫଳ
ମେଷ: ଚାକିରିଆଙ୍କ ଲାଗି ଦିନଟି ଭଲ। ଆପଣଙ୍କ ମନରେ ଅଧିକ ଅର୍ଥ ରୋଜଗାରର ବିଚାର ଆସିବ। କଠିନ ପରିସ୍ଥିତିରେ କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ।
ବୃଷ: ଭ୍ରମଣରେ ଯାଆନ୍ତୁ ଲାଭ ହେବ। ଆପଣଙ୍କର କଠିନ ପରିଶ୍ରମ ଫଳଦାୟୀ ସାବ୍ୟସ୍ତ ହେବ। ଛାତ୍ରଛାତ୍ରୀ ଅନ୍ଲାଇନ୍ରେ କିଛି ଶିଖିବାକୁ ଚେଷ୍ଟା କରିବେ।
ମିଥୁନ: କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଲାଭ ହେବ। ଛାତ୍ରଙ୍କୁ ପ୍ରୋଜେକ୍ଟରେ ବଡ଼ ଭଉଣୀର ସାହାଯ୍ୟ ମିଳିବ।
କର୍କଟ: ଆପଣଙ୍କ ମନ ଅଧିକ ଆଧ୍ୟାତ୍ମିକ ରହିବ। ବେପାରରେ ବାପାମାଆଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। ଅଫିସରେ ନୂଆ ଲୋକଙ୍କ ସହିତ ମିଶିବେ।
ସିଂହ: ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ।
କନ୍ୟା: ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ଜମି ସଂପର୍କିତ ମାମଲାର ସାମାଧାନ ହୋଇଯିବ। ଧନଲାଭର ଯୋଗ ରହିଛି। ଶିକ୍ଷକଙ୍କ ଲାଗି ଦିନଟି ଅନୁକୂଳ ରହିବ।
ତୁଳା: ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। ଗୃହିଣୀ ଜୀବନସାଥୀ ଠାରୁ ଉପହାର ପାଇବେ। ନୂଆ କାମ କରିବା ଲାଗି ବଡ଼ଙ୍କ ଠାରୁ ପରାମର୍ଶ ନିଅନ୍ତୁ। ସ୍ବାସ୍ଥ୍ୟରେ ଉନ୍ନତି ହେବ।
ବିଛା: ଅଟକିଥିବା କାମ ନିଜ ଲୋକଙ୍କ ସାହାଯ୍ୟରେ ପୂରା ହୋଇଯିବ। ବିରୋଧୀ ପକ୍ଷ ଦୂରେଇ ରହିବେ। କାମରେ ଆପଣଙ୍କ ଆତ୍ମବିଶ୍ବାସର ଝଲକ ଦେଖାଦେବ।
ଧନୁ: ପୂର୍ବରୁ କରିଆସୁଥିବା କାମର ସକାରାତ୍ମକ ପରିଣାମ ପାଇବେ। ଆବେଗକୁ ନିୟନ୍ତ୍ରଣରେ ରଖନ୍ତୁ, ଲାଭ ହେବ। ଜରୁରୀ କାମରେ ଜୀବନସାଥୀର ସାହାଯ୍ୟ ପାଇବେ।
ମକର: ଭାବିଥିବା କାମ ପୂରା ହେବ। କୌଣସି ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷାନିରୀକ୍ଷା କରି ନିଅନ୍ତୁ। ପ୍ରେମୀଯୁଗଳ ପରସ୍ପରଙ୍କୁ ଉପହାର ଦେବେ।
କୁମ୍ଭ: ଇଂଜିନିଅର୍ଙ୍କ ଲାଗି ଦିନଟି ଭଲ ରହିବ। କାରବାରରେ ଏଭଳି କଥା ସାମ୍ନାକୁ ଆସିବ ଯାହା ଭବିଷ୍ୟତରେ ଲାଭ ଦେବ। ପ୍ରେମିକଙ୍କ କାର୍ଯ୍ୟ ଦେଖି ଆପଣଙ୍କ ମନ ଖୁସି ହୋଇଯିବ।
ମୀନ: ସଂଶୟ ସମାପ୍ତ ହେବ। ଜଟିଳ ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିଯିବ। ଦମ୍ପତି ଭଲ ଜାଗାକୁ ବୁଲିଯିବେ। ଅଧୁରା କାମ ପୂରା ହୋଇଯିବ। ଜୀବନସାଥୀ ଖୁବ୍ ସୁନ୍ଦର ଉପହାର ଦେବେ।