୫୦୦ ବର୍ଷ ପରେ ଏକ ବିଶେଷ ମହାସଂଯୋଗ ହେବାକୁ ଯାଉଛି, ଏହି ରାଶି ହେବେ ମାଲାମାଲ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ସମୟ ଅନୁସାରେ ଓଲଟା ଓ ସିଧା ଚଳନ କରିଥାନ୍ତି । ଏହାର ପ୍ରଭାବ ସମସ୍ତ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ପ୍ରାୟ ୫୦୦ ବର୍ଷ ପରେ ଏକ ବିଶେଷ ମହାସଂଯୋଗ ହେବାକୁ ଯାଉଛି । ଏହା ଲୋକଙ୍କ ଭାଗ୍ୟ ବଦଳାଇଥାଏ । ଜୁଲାଇ ୧୪ରେ ଗୁରୁ ଉଦୟ ହେବେ ଓ ଶନି ୧୩ ଜୁଲାଇରେ ମୀନ ରାଶିରେ ଓଲଟା ଚଳନ କରିବେ । ଶନିଙ୍କ ଓଲଟା ଚଳନ ଓ ଗୁରୁଙ୍କ ଉଦୟ ଅବସ୍ଥା ଅନେକ ପ୍ରଭାବ ପକାଇଥାଏ । ଜାଣନ୍ତୁ କେଉଁ କେଉଁ ରାଶିଙ୍କ ଭାଗ୍ୟ ବଦଳିବ..
ଧନୁ- ଏହି ରାଶିଙ୍କ ଭୂମି, ଯାନ, ଗାଡି କିଣିବାର ଯୋଗ ରହିଛି । ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ମିଳିବ । ସୁଖସମୃଦ୍ଧି ବୃଦ୍ଧି ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ପୁରୁଣା ନିବେଶରୁ ଲାଭବାନ୍ ହେବେ ।
ବୃଷ- ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ । ଟଙ୍କା ନିବେଶ ପାଇଁ ଶୁଭ ସମୟ ରହିଛି । କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ । ଦରମା ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଜୀବନ ସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ ।
ମିଥୁନ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ଯେଉଁମାନଙ୍କର ଚାକିରି ହୋଇ ନାହିଁ, ନୂଆ ଚାକିରିର ଯୋଗ ରହିଛି । ନୂଆ ନୂଆ ଯୋଜନା କରି ସଫଳତା ପାଇବେ । ପରିବାରଙ୍କ ସହ ଭ୍ରମଣର ଯୋଗ ରହିଛି । ଘରେ ଶୁଭ କାର୍ଯ୍ୟର ଯୋଗ ରହିଛି ।