ମେଷ:ବେପାରରେ ଯଥେଷ୍ଟ ଲାଭ ହେବ। ଭାଇ ଭଉଣୀଙ୍କ ଠାରୁ କୌଣସି କାମରେ ସାହାଯ୍ୟ ନେଇ ପାରନ୍ତି। ଧନଲାଭର ଅବସର ମିଳିବ। ଜୀବନସାଥୀ ସହ ସମୟ ଅତିବାହିତ କରିବେ।
ବୃଷ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରର ବାତାବରଣ ଭଲ ରହିବ। ଜୀବନସାଥୀ ଆପଣଙ୍କ ପସନ୍ଦର ପୋଷାକ ଦେବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।
ମିଥୁନ: ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ। ପରିସ୍ଥିତି ସହ ଭଲ ତାଳମେଳ ରଖିବେ। ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକଙ୍କ ମନ ଛୁଇଁବ। ସାବଧାନ ହୋଇ ଯାନ ଚଳାନ୍ତୁ।
କର୍କଟ: ଆପଣଙ୍କୁ ପରିଶ୍ରମ ଅନୁସାରେ ଧନଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ବାପାଙ୍କ ସହଯୋଗରେ ବାଧା ଦୂର ହେବ। ଛାତ୍ରୀଙ୍କ ଲାଗି ଦିନଟି ଭଲ।
ସିଂହ: ନୂଆ କାମ ପାଇଁ ଦିନଟି ଶୁଭ। ପିଲାମାନେ ନୂଆ ବୁଦ୍ଧି ପ୍ରୟୋଗ କରିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ବିତିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଯାହା ଭାବି ନାହାନ୍ତି ସେହି କାମ ବି ପୂରା ହୋଇପାରେ। ମନର ଚିନ୍ତା ସମାପ୍ତ ହେବ। ଅସନ୍ତୁଷ୍ଟ ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ।
ତୁଳା: ପରିବାରରେ ତାଳମେଳ ରଖିଲେ ସବୁ ଭଲ ହେବ। କୌଣସି କାମରେ ବନ୍ଧୁର ସାହାଯ୍ୟ ପାଇବେ। ବେପାରରେ ଲାଭ ହେବ। ଛାତ୍ରଛାତ୍ରୀ ପଢ଼ାରେ ଅଧିକ ସମୟ ଦେବା ଜରୁରୀ।
ବିଛା: ବେପାରରେ ଅନ୍ୟ ଦିନ ଅପେକ୍ଷା ଅଧିକ ଲାଭ ହେବ। ଚାକିରିଆଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। ପିଲାମାନେ ମାଆ ସହିତ ଉଦ୍ୟାନକୁ ବୁଲି ଯିବେ।
ଧନୁ: କୌଣସି ବନ୍ଧୁ ମାଧ୍ୟମରେ ବେପାରରେ ଲାଭ ହେବ। ଚାକିରି ବଦଳାଇବାକୁ ଚାହୁଁଥିଲେ ଅପେକ୍ଷା କରନ୍ତୁ। ଗୃହିଣୀମାନେ ଘର କାମରେ ପରିବାରର ସାହାଯ୍ୟ ପାଇବେ।
ମକର: ଚାକିରି ବୃତ୍ତିରେ ଟିକେ ସାବଧାନ ରହନ୍ତୁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। ନିଜର ଦିନଚର୍ଯ୍ୟା ପରିବର୍ତ୍ତନ କରିବେ। ଜୀବନ ପ୍ରତି ଆପଣଙ୍କର ଦୃଷ୍ଟିକୋଣ ସକାରାତ୍ମକ ରହିବ।
କୁମ୍ଭ: ରାଜନୀତି ପ୍ରସଙ୍ଗରେ ସଫଳତା ମିଳିବ। ଅନ୍ୟମାନଙ୍କୁ ସାହାଯ୍ୟ କରିବାର ମଉକା ହାତଛଡ଼ା କରନ୍ତୁ ନାହିଁ। କୌଣସି କାମ ତରବରିଆରେ କଲେ ଅସୁବିଧା ହୋଇପାରେ।
ମୀନ: ବେପାରରେ ଭାଗ୍ୟର ସମର୍ଥନ ମିଳିବ। ପ୍ରଭାବ ବିସ୍ତାର କରିବେ। ସଫ୍ଟୱେର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ।