ଆଜିର ରାଶିଫଳ
ମେଷ: ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖରେ ପୂର୍ଣ୍ଣ ରହିବ। ପିଲାମାନେ ଖେଳକୁଦରେ ବ୍ୟସ୍ତ ରହିବେ। ନିଦ ପୂରା ହେବା ଯୋଗୁଁ ବହୁତ ଭଲ ଅନୁଭବ କରିବେ।
ବୃଷ: ଘରେ ଶୁଭକାର୍ଯ୍ୟର ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ଲାଗି ରହିଥିବା ସମସ୍ୟା ଦୂର ହେବ। ଧନଲାଭର ଯୋଗ ଅଛି। ସମାଜରେ ମାନ ସମ୍ମାନ ବଢ଼ିବ।
ମିଥୁନ: ବ୍ୟବସାୟୀଙ୍କୁ ଲାଭ ହେବ। ଜୀବନସାଥୀଙ୍କୁ ମନପସନ୍ଦ ଉପହାର ଦେବେ। ଜରୁରୀ ଜିନିଷ କେଉଁଠି ରଖିଦେଇ ପସୋରି ଯାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ସହଯୋଗ କରିବେ।
କର୍କଟ: ଜୀବନରେ ଉନ୍ନତିର ମଉକା ପାଇବେ। ଆପଣଙ୍କୁ ନିଜ ପରିଶ୍ରମ ହିସାବରେ ଫଳ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
ସିଂହ: ବାପାମାଆଙ୍କ ସହିତ ମନ୍ଦିରକୁ ଯିବେ। ଆପଣଙ୍କୁ କୌଣସି ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହେବ। ଜୀବନସାଥୀ ଆପଣଙ୍କୁ କୌଣସି ଖୁସି ଖବର ଶୁଣାଇବେ।
କନ୍ୟା: ଜୀବନସାଥୀ ସହଯୋଗରେ କାମ ପୂରା ହୋଇଯିବ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁ ସହିତ ମତଭେଦ ହେବ। ଭ୍ରମଣ ଯୋଗ ଅଛି।
ତୁଳା: ବେପାରରେ ଯୋଜନାବଦ୍ଧ ଭାବେ କାମ କରିବେ। ପରିବାରରେ ପରିବେଶ ଶାନ୍ତିଦାୟକ ରହିବ। କ୍ୟାରିୟର ସମ୍ବନ୍ଧରେ ଆପଣଙ୍କୁ ନୂଆ ଅବସର ମିଳିବ।
ବିଛା: ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ। ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। ବ୍ୟବସାୟୀଙ୍କୁ ବହୁତ ଭଲ ଅବସର ମିଳିବ।
ଧନୁ: କ୍ୟାରିୟରରେ ଆପଣଙ୍କୁ କାହାରି ସହଯୋଗ ପ୍ରାପ୍ତ ହେବ। ପରିବାର ସହିତ ବସି ଭ୍ରମଣ ଯୋଜନା କରିବେ। ସକାରାତ୍ମକ ମାନସିକତା ଆପଣଙ୍କ କାର୍ଯ୍ୟରେ ସଫଳତା ଆଣିଦେବ।
ମକର: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଦାମ୍ପତ୍ୟ ବୁଝାମଣା ବଢ଼ିବ। ଆପଣଙ୍କ କାର୍ଯ୍ୟଦକ୍ଷତା ଦେଖି ସହକର୍ମୀ ପ୍ରଭାବିତ ହେବେ।
କୁମ୍ଭ: ବେପାରରେ ଲାଭ ହେବାର ଆଶା ଅଛି। ନୂଆ କାମ କରିବା ଲାଗି ଭାବିବେ। ମନରେ ପ୍ରଚୁର ଆତ୍ମବିଶ୍ବାସ ରହିବ। ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ମୀନ: ଉପଯୁକ୍ତ ଯୋଜନା ମାଧ୍ୟମରେ କ୍ୟାରିୟରରେ ପରିବର୍ତ୍ତନ ଆଣିବେ। ଚାକିରିଆଙ୍କ ଲାଗି ଦିନଟି ଅନୁକୂଳ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ।