ଆଜିର ରାଶିଫଳ
ମେଷ: ପରିବାର ଲୋକଙ୍କ ପରାମର୍ଶ ଲାଭପ୍ରଦ ହେବ। ସଫ୍ଟୱେର ଇଂଜିନିଅରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗି ରହିବ।
ବୃଷ: ଜରୁରୀ କାମ ଓ ସମ୍ବନ୍ଧ ବିଷୟରେ ବିଚାର କରିବେ। ଅନ୍ୟମାନଙ୍କ ଭାବନାକୁ ନେଇ ସଂବେଦନଶୀଳ ରହିବେ। ବେପାରରେ ଲାଭ ହେବ।
ମିଥୁନ: କୌଣସି ବନ୍ଧୁ ସହିତ ସାକ୍ଷାତ ପାଇଁ ଘରକୁ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ମାର୍ଗଦର୍ଶନ ମିଳିବ। ନୂଆ ଲୋକଙ୍କ ସହିତ ସଂପର୍କ ଗଢ଼ିବାକୁ ଚେଷ୍ଟା କରିବେ।
କର୍କଟ: ପିତାମାତାଙ୍କ ସହଯୋଗରେ କାମ ପୂରା ହେବ। ଧାର ନେବାଦେବାରୁ ନିବୃତ୍ତ ରହନ୍ତୁ। ଅଜଣା ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ। ନବ ବିବାହିତ ଦମ୍ପତି ବାହାରକୁ ବୁଲି ଯିବେ।
ସିଂହ: ବାଲ୍ୟବନ୍ଧୁ ସହିତ ସାକ୍ଷାତ ହେବ। କୌଣସି ଶୁଭ ଖବର ମିଳିବା ଯୋଗୁଁ ଘରେ ଉତ୍ସବ ଭଳି ବାତାବରଣ ରହିବ। ବେପାରରେ ଉନ୍ନତି ହେବ।
କନ୍ୟା: ଆପଣ ନିଜର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ। ଆପଣଙ୍କ ପରାମର୍ଶରେ ଅନ୍ୟମାନଙ୍କର ଲାଭ ହେବ। ପ୍ରତିଟି ମାମଲାରେ ମନୋଭାବ ସକାରାତ୍ମକ ରଖନ୍ତୁ।
ତୁଳା:ଜୀବନସାଥୀ ର ଭାବନାକୁ ବୁଝିବେ। ବଡ଼ ଲୋକଙ୍କ ସହିତ ସାକ୍ଷାତର ଯୋଗ ଅଛି। ଅଫିସରେ ସହକର୍ମୀଙ୍କ ସହିତ ସଂପର୍କ ମଜଭୁତ ହେବ। ବ୍ୟବସାୟରେ ଲାଭ ପାଇବେ।
ବିଛା: ବଡ଼ ଓ ଅଭିଜ୍ଞ ବ୍ୟକ୍ତିଙ୍କର ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ। ପରିବାରରେ ଶୁଭ କାର୍ଯ୍ୟର ଯୋଜନା ପ୍ରସ୍ତୁତି ହେବ। ସନ୍ତାନ, ପରିଜନ ଓ ବନ୍ଧୁ ସହିତ ସମୟ ଅତିବାହିତ କରିବେ।
ଧନୁ: ବଦଳି ବା ପଦୋନ୍ନତି ପାଇଁ କାହାରି ସହିତ କଥା ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖଦ ରହିବ।
ମକର: ଆପଣଙ୍କ ବ୍ୟବହାର ନରମ ରଖନ୍ତୁ। ବଡ଼ ବ୍ୟକ୍ତି ଆପଣଙ୍କୁ ସଠିକ୍ ପରାମର୍ଶ ଦେଇପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ।
କୁମ୍ଭ: ବ୍ୟବସାୟରେ ଲାଭ ହୋଇପାରେ। କୋର୍ଟ କଚେରି ମାମଲାଠୁ ଦୂରରେ ରହନ୍ତୁ। ପରିବାର ଲୋକଙ୍କ ସହ ମହତ୍ତ୍ବପୂର୍ଣ୍ଣ ବିଷୟରେ କଥାବାର୍ତ୍ତ କରିବେ।
ମୀନ: ଆଖପାଖର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ହେବେ। କୌଣସି କାମ ପୂରା ହେବା ଯୋଗୁଁ ଖୁସି ହେବେ। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ।