ଆଜିର ରାଶିଫଳ

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି। ପରିସ୍ଥିତିରେ ପଡ଼ି ଦୈନିକ ମୂଲ୍ୟବୋଧର ଅଧପତନ ଘଟାଇ ପାରନ୍ତି। ନିକୃଷ୍ଟ ସଙ୍ଗ ପରିତ୍ୟାଗ ଲାଭଦାୟକ ହେବ। ସୁସ୍ଥ, ନିରାମୟ ରହିବେ।

ବୃଷ: ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହୋଇପାରନ୍ତି। ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରି ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି। ଧର୍ମଜ୍ଞ ହୋଇପାରନ୍ତି।

ମିଥୁନ: ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ହ କରିପାରନ୍ତି। ଭ୍ରାତୃପ୍ରେମରେ ଅନୁବନ୍ଧିତ ହେବେ। ଶାଶ୍ବତ ସତ୍ୟର ସନ୍ଧାନ ପାଇବେ। ଶକ୍ତିମାନ୍‌ ଓ ଶତ୍ରୁହନ୍ତା ହେବେ। କୃପା ନିଧାନଙ୍କ କୃପାପାତ୍ର ହେବେ।

କର୍କଟ: ବହୁ ବିଦ୍ୟା ଅର୍ଜନ ଆପଣଙ୍କର ଧ୍ୟେୟ ହେବ। ପୁଣ୍ୟପ୍ରଭା ମହିଳାଙ୍କ ସାନିଧ୍ୟ ମିଳିବ। ବାଣିଜ୍ୟ କାରବାରରେ ଲକ୍ଷ୍ମୀ ବରଦାୟିକା ହୋଇପାରନ୍ତି। ତେଜସ୍ବୀ, ଧାର୍ମିକ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

ସିଂହ: ଓଁର ଚିନ୍ତନ ଓ ମନନରେ ବ୍ରତୀ ହୋଇପାରନ୍ତି। ଦିନଟି ମଙ୍ଗଳମୟ ହୋଇପାରେ। ସର୍ବଧର୍ମ ସମନ୍ବୟ ଆପଣଙ୍କ ଧ୍ୟେୟ ହେବ। ପରୋପକାରୀ ହେବେ। ନମ୍ରତାର ପ୍ରତୀକ ହେବେ। ସୁସ୍ଥ ରହିବେ।

କନ୍ୟା: ଆତ୍ମବିଶ୍ବାସକୁ ଜାଗ୍ରତକରି ସୁଫଳର ଅଭିଳାଷୀ ହେବେ। ସରଳ ଓ ନିରାଡ଼ମ୍ବର ଜୀବନଯାପନ କରିବେ। ବ୍ୟବହାର ଅମାୟିକ ହେବ। କଳଙ୍କ ରହିତ ଶୁଦ୍ଧ ଆଚରଣ ଯୋଗଁୁ ସର୍ବତ୍ର ବିଜୟୀ ହେବେ।

ତୁଳା: ଧୀ’ ଶକ୍ତିସମ୍ପନ୍ନ ହେବେ। ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିବାରେ ପାରଙ୍ଗମ ହେବେ। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଧନ ସହିତ ବିଦ୍ୟାରୂପୀ ମହାଧନ ଅର୍ଜନ କରିବାରେ ସିଦ୍ଧହସ୍ତ ହେବେ।

ବିଛା: ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବେ। ମନ ବଳରେ ବଳୀୟାନ୍‌ ହେବେ। ଆୟର ମାତ୍ରା ବୃଦ୍ଧି ହେବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ।

ଧୁନ: କୋମଳ ହୃଦୟଯୁକ୍ତ ଓ ଜ୍ଞାନର ଭଣ୍ଡାର ହୋଇପାରନ୍ତି। ସାଧନାରେ ସିଦ୍ଧତପା ସାଧୁ ହେଇପାରନ୍ତି; ମାତ୍ର ଏହା ଅହଂକାର ଶୂନ୍ୟ ହେବା ଜରୁରୀ। ମନରୁ ବିଦ୍ବେଷ ତ୍ୟାଗ କଲେ ତ୍ରିତାପ ବନ୍ଧନରୁ ମୁକ୍ତ ହେବେ।

ମକର: ଆପଣଙ୍କ ଉଚ୍ଚ ଆଦର୍ଶବାଦୀ ଚିନ୍ତାଧାରା ହିଁ ଖଳ, ଦୁଶ୍ଚରିତ୍ର ଲୋକଙ୍କୁ ସୁମାର୍ଗକୁ ଆଣିବାରେ ସହାୟକ ହେବ। ଦୟା ଧର୍ମରେ ବିଲୀନ ହୋଇପାରନ୍ତି। ସୁଖ, ଶାନ୍ତି, ସନ୍ତୋଷ ରୂପକ ଐଶ୍ବର୍ଯ୍ୟ ପ୍ରାପ୍ତି ହୋଇପାରେ।

କୁମ୍ଭ: ରାଜସିକ ବାତାବରଣ ଅପେକ୍ଷା ସାତ୍ତ୍ବିକ ବାତାବରଣ ସାଂସାରିକ ବୈରାଗୀମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ। ଜଣେ ଲୋକର ଆରୋଗ୍ୟ ପାଇଁ ପ୍ରାର୍ଥନା ଅପେକ୍ଷା ସେବା ହେଉଛି ନିଚ୍ଛକ ସତ୍ୟ।

ମୀନ: ପାଇବାର ଅଭିଳାଷ ନରଖି ସେବା ଧର୍ମକୁ ସପତ୍ନୀକ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ଦାମ୍ପତ୍ୟ ଜୀବନ ସ୍ନେହ ଓ ପ୍ରୀତିପୂର୍ଣ୍ଣ ହେବ। ସଂଘାତ ଓ ସଂଘର୍ଷ ଭିତରେ ବଞ୍ଚି ରହି ନିଜକୁ ପ୍ରତିଷ୍ଠିତ କରିବେ।

Leave a comment