ଫଟୋର ବାସ୍ତୁ ନୀତି, ସଠିକ୍ ଦିଗ ଏବଂ ଲାଭ ବିଷୟରେ ଜାଣିବା
ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କାନ୍ଥରେ ଲଗାଯାଇଥିବା ଫଟୋଗୁଡିକୁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ଫଟୋଗୁଡିକ କେବଳ ଘରର ସୌନ୍ଦର୍ଯ୍ୟ ବଢାଇନଥାଏ ବରଂ ସକରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ପଡେ । ଯାହା ସୁଖ, ସମୃଦ୍ଧି,ଧନ ଏବଂ ଶାନ୍ତି ଆଣିଥାଏ । ଜଳପ୍ରପାତ, ୭ଟି ଘୋଡା, ମୟୂର, ଏକ ପର୍ବତ ଏବଂ ଗଣେଶଙ୍କ ଫଟୋ ଏକ ନିର୍ଦ୍ଧିଷ୍ଟ ଦିଗ ଏବଂ ସ୍ଥାନରେ ଲଗାଇବା ଦ୍ବାରା ବିଶେଷ ଲାଭ ମିଳିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ବିଶ୍ବାସ କରାଯାଏ । ତେବେ ଆସନ୍ତୁ ଏହି ୫ଟି ଫଟୋର ବାସ୍ତୁ ନୀତି, ସଠିକ୍ ଦିଗ ଏବଂ ଲାଭ ବିଷୟରେ ଜାଣିବା ।
ଜଳପ୍ରପାତ :
ଝରଣା କିମ୍ବା ପ୍ରବାହିତ ପାଣିର ଫଟୋକୁ ସକରାତ୍ମକ ଶକ୍ତି ଏବଂ ଘରକୁ ଧନ ଆଗମନର ପ୍ରତୀକ ଭାବେ ବିବେଚନା କରାଯାଏ । ଏହି ଫଟୋକୁ ଉତ୍ତର କିମ୍ବା ପୂର୍ବ ଦିଗ କାନ୍ଥରେ ଲଗାଇଲେ ଘର ପାଇଁ ଖୁବ୍ ଭଲ ହୋଇଥାଏ । ଏହାକୁ ଉତ୍ତର ଦିଗରେ ଲଗାଇବା ଦ୍ବାରା ଟଙ୍କା ବଢିଥାଏ ଏବଂ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯାଇଥାଏ । ଏହାକୁ ପୂର୍ବ ଦିଗରେ ଲଗାଇବା ଦ୍ବାରା ସ୍ବାସ୍ଥ୍ୟ ଏବଂ ନୂଆ ଆରମ୍ଭର ସମ୍ଭାବନା ସୃଷ୍ଟି କରେ । ଏଥିସହିତ ଏହାକୁ ଘରର ମୁଖ୍ୟ ଦ୍ବାରର ଉତ୍ତର କାନ୍ଥରେ ରଖନ୍ତୁ । ମନେ ରଖନ୍ତୁ ଏହି ଫଟୋକୁ ବାହାର ଆଡକୁ ନ ରଖି ଘର ଆଡକୁ ହେବା ଉଚିତ୍ । ଯାହା ଶାନ୍ତି, ଧନକୁ ବଢାଇଥାଏ ।
୭ଟି ଘୋଡ଼ା :
ସାତଟି ଘୋଡ଼ାର ଫଟୋ ସଫଳତା, ଗତି ଏବଂ ଶକ୍ତିର ପ୍ରତୀକ । ୭ଟି ଘୋଡ଼ା ସୂର୍ଯ୍ୟଙ୍କ ଶକ୍ତିକୁ ପ୍ରତିଧ୍ବନିତ କରେ ଏବଂ ଘରକୁ ସମୃଦ୍ଧି ଆଣେ । ତେଣୁ ଏହାକୁ ଉତ୍ତର କିମ୍ବା ପୂର୍ବ ଦିଗରେ ଲଗାଇବା ଦ୍ବାରା ଶୁଭ ଫଳ ମିଳିଥାଏ । ଉତ୍ତର ଦିଗରେ ଲଗାଇଲେ କ୍ୟାରିଅରରେ ଉନ୍ନତି ଆଣିବା ସହିତ ଆର୍ଥିକ ଲାଭ ମିଳିଥାଏ । ଏହି ଫଟୋକୁ ବାହାର ଆଡକୁ ନୁହେଁ ଘର ଆଡକୁ ମୁହଁ କରିବା ଉଚିତ୍ । ଏହା ସହିତ ଏହି ଫଟୋ ଲଗାଇଲେ ଚାକିରି, ବ୍ୟବସାୟରେ ସଫଳତା ମିଳିବା ସହିତ କାମ ଶୀଘ୍ର ସମାପ୍ତ କରିବାରେ ସାହାଯ୍ୟ କରେ ।
ମୟୂର :
ବାସ୍ତୁ ଅନୁସାରେ ମୟୂରକୁ ସୌନ୍ଦର୍ଯ୍ୟ, ସମୃଦ୍ଧି ଏବଂ ଦେବୀ ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନାଯାଏ । ମୟୂର ଫଟୋ ଲଗାଇଲେ ଘରେ ସକରାତ୍ମକତା ଏବଂ ସୌଭାଗ୍ୟ ଆଣେ । ଏହାକୁ ଦକ୍ଷିଣ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ରଖିବା ଭଲ ବୋଲି ବିଶ୍ବାସ କରାଯାଏ । ମୟୂରର ମୁହଁ ଘର ଆଡକୁ ହେବା ଉଚିତ୍ । ଯଦି ମୟୂରର ଲାଞ୍ଜ ବିସ୍ତାରିତ ଏବଂ ରଙ୍ଗୀନ ହୋଇଥାଏ ତେବେ ଏହା ବିଶେଷ ଲାଭ ପ୍ରଦାନ କରେ । ଏହି ଫଟୋ ଲଗାଇଲେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ । ଘରେ କଳି କମାଇଥାଏ ଏବଂ ପାରିବାରିକ ସୁଖ ବଢାଇଥାଏ ।
ପାହାଡ଼ କିମ୍ବା ପର୍ବତ :
ପାହାଡ଼ର ଫଟୋ ସ୍ଥିରତା, ଶକ୍ତି ଏବଂ ସୁରକ୍ଷାକୁ ବୁଝାଏ । ବାସ୍ତୁ ଅନୁସାରେ ଏହାର ଫଟୋକୁ ଉତ୍ତର କିମ୍ବା ପୂର୍ବ ଦିଗରେ ରଖିବା ଦ୍ବାରା ଘରର ମୂଳଦୁଆକୁ ମଜବୁତ କରେ । ଏଥିସହିତ ଏହି ଫଟୋକୁ ଘରର ଉତ୍ତର ଦିଗରେ ଲଗୋଇଲେ ଆର୍ଥିକ ସ୍ଥିରତା ଏବଂ ଧନ ସଞ୍ଚୟ ହୋଇଥାଏ । ଏହାକୁ ପୂର୍ବ ଦିଗରେ ଲଗାଇବା ଦ୍ବାରା ସ୍ବାସ୍ଥ୍ୟ ଏବଂ ନୂଆ ଆରମ୍ଭର ସମ୍ଭାବନାକୁ ବଢାଇଥାଏ । ଯଦି ଏହି ଫଟୋ ସବୁଜ ରଙ୍ଗର ଏବଂ ସୂର୍ଯ୍ୟୋଦୟ ସହିତ ହୋଇଥାଏ ତେବେ ଏହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଆର୍ଥିକ ଉତ୍ଥାନ-ପତନକୁ ମଧ୍ୟ ହ୍ରାସ କରିଥାଏ ।
ଗଣେଶଙ୍କ ଫଟୋ :
ଗଣେଶଙ୍କୁ ବିଘ୍ନନାଶକ ବୋଲି କୁହାଯାଏ । ତାଙ୍କ ଫଟୋ ଲାଗିବା ଦ୍ବାରା ଘରେ ସୁଖ, ସମୃଦ୍ଧି ଏବଂ ଜ୍ଞାନ ବଢାଇଥାଏ । ଏହାକୁ ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାଇବା ଭଲ । ଏହି ଫଟୋର ମୁହଁ ଘର ଆଡକୁ ହେବା ଉଚିତ୍ । ଲଡୁ ଗୋପାଳ କିମ୍ବା ବାଳ ଗଣେଶଙ୍କ ଫଟୋ ବିଶେଷ ଫଳପ୍ରଦ । ଯାହା ଘରର ବାଧା ବିଘ୍ନ ଦୂର କରେ ।
ବାସ୍ତୁ ଅନୁସାରେ ଏହି ୫ଟି ଫଟୋକୁ ସଠିକ୍ ଦିଗରେ ଲଗାଇଲେ ଆପଣଙ୍କ ଘରେ ସକରାତ୍ମକ ଶକ୍ତି ଆସିଥାଏ । ଅନେକ ସମସ୍ୟାର ସମାଧାନ କରିବ । କିନ୍ତୁ ଏହି ଫଟୋଗୁଡିକୁ ଘରେ ଲଗାଇବା ପୂର୍ବରୁ ଥରେ ବାସ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।