କେଉଁ ରାଶି ପାଇଁ କେଉଁ ରଙ୍ଗ

ହିନ୍ଦୁ ଧର୍ମରେ ହୋଲି ପର୍ବର ଏକ ବିଶେଷ ମାନ୍ୟତା ରହିଛି । ଏହାକୁ ଖୁବ୍‌ ହର୍ଷ ଉଲ୍ଲାସରେ ପାଳନ କରାଯାଏ । ଏହାକୁ ଏକତା ଓ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ବୋଲି ମଧ୍ୟ କୁହାଯାଏ । ତେବେ ଏହି ଦିନ ରଙ୍ଗ ଖେଳି ଲୋକେ ପରସ୍ପର ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରି ଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିରେ ରାଶି ଅନୁଯାୟୀ ରଙ୍ଗ ବ୍ୟବହାର କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଓ ଧନ ପ୍ରାପ୍ତି ହେବ।

ମେଷ – ମେଷ ରାଶି ବ୍ୟକ୍ତି ବିଶେଷ ଲାଲ୍‌, ହଳଦିଆ, ଗୋଲାପି, କେସର ରଙ୍ଗ ବ୍ୟବହାର କଲେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ।

ବୃଷ- ଏହି ରାଶିର ବ୍ୟକ୍ତି ବିଶେଷ ଧଳା ରଙ୍ଗ ବ୍ୟବହାର କରିବା ଉଚିିତ୍‌।

ମିଥୁନ- ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ ରଙ୍ଗର ବ୍ୟବହାର କରିବା ଉଚିିତ୍‌।

କର୍କଟ- ଏହି ରାଶିର ବ୍ୟକ୍ତି ବିଶେଷ ଧଳା ରଙ୍ଗ ବ୍ୟବହାର କରିବା ଉଚିିତ୍‌ ।

ସିଂହ- ଏହି ରାଶିର ବ୍ୟକ୍ତି ବିଶେଷ ଲାଲ୍‌ ରଙ୍ଗରେ ହୋଲି ଖେଳିଲେ ଜୀବନରେ ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ ।

କନ୍ୟା- ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ ରଙ୍ଗର ବ୍ୟବହାର କରିବା ଉଚିତ୍‌ ।

ତୁଳା-  ଏହି ରାଶିର ବ୍ୟକ୍ତି ବିଶେଷ ଧଳା ରଙ୍ଗ ବ୍ୟବହାର କରିବା ଉଚିିତ୍‌ ।

ବିଛା- ଏହି ରାଶିର ବ୍ୟକ୍ତି ବିଶେଷ ସିନ୍ଦୁର ରଙ୍ଗର ବ୍ୟବହାର କରିବା ଉଚିିତ୍‌ ।

ଧନୁ- ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ ରଙ୍ଗରେ ହୋଲି ଖେଳିବା ଅତ୍ୟନ୍ତ ଶୁଭଙ୍କର ।

ମକର- ଏହି ରାଶିର ବ୍ୟକ୍ତି ବିଶେଷ ନୀଳ ରଙ୍ଗରେ ହୋଲି ଖେଳିବା ଶୁଭଙ୍କର । ଏହା ଦ୍ୱାରା ସମ୍ପର୍କରେ ମଧୁରତା ଓ ବିଶ୍ୱାସ ମଜଭୁତ ହୋଇଥାଏ ।

କୁମ୍ଭ- ଏହି ରାଶିର ବ୍ୟକ୍ତି ବିଶେଷ ସବୁଜ ରଙ୍ଗର ବ୍ୟବହାର କରିବା ଶୁଭଙ୍କର ।

ମୀନ- ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ ରଙ୍ଗର ବ୍ୟବହାର କରିବା ଦ୍ୱାରା ସଫଳତା ମିଳିଥାଏ