ନବରାତ୍ରୀ ପାଇଁ ଚଳଚଞ୍ଚଳ ଗାଁରୁ ସହର । ନବରାତ୍ରୀର ପ୍ରଥମ ଦିନରେ ଘଟ ସ୍ଥାପନା କରାଯାଏ ଏବଂ ୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଜୌତି ଜଳାଯାଇ ଥାଏ । ନବରାତ୍ରୀର ପବିତ୍ର ୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଜୌତି ବା ଦୀପ ଜଳାଇବାର ଅନେକ ଲାଭ ରହିଛି । ଏହି ୯ ଦିନରେ ମା’ ଦୁର୍ଗାଙ୍କ ୯ଟି ରୂପକୁ ପୂଜା କରାଯାଇଥାଏ । ତେବେ ଆଜି ଠାରୁ ହିଁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଇଛି । ଆସନ୍ତା ୨୩ ଅକ୍ଟୋବରରେ ଏହା ସମାପ୍ତ ହେବ । ୨୪ ଅକ୍ଟୋବରରେ ଦଶହରା ପାଳନ କରାଯିବ । ଏହି ଦିନ ଦୁର୍ଗା ମା’ଙ୍କ ପ୍ରତିମା ବିସର୍ଜନ ହୋଇଥାଏ । ଚଳିତ ବର୍ଷ ନମରାତ୍ରୀରେ ହାତୀରେ ମା’ ଦୁର୍ଗାଙ୍କ ଆଗମନ ହେବ, ଯାହା ବହୁତ ହିଁ ଶୁଭ । ତେବେ ଆସନ୍ତୁ ଜାଣିବା ନବରାତ୍ରୀରେ ମା’ ଦୁର୍ଗାଙ୍କ ସମ୍ମୁଖରେ କାହିଁକି ଅଖଣ୍ଡ ଜୌତି ପ୍ରଜ୍ୱଳିତ କରାଯାଏ ।ନବରାତ୍ରୀରେ ଅଖଣ୍ଡ ଜୌତି ଜଳାଇବାର ବିଶେଷ ମହତ୍ତ୍ୱ ରହିଛି । ଅଖଣ୍ଡ ଦୀପର ଅର୍ଥ ହେଉଛି ଲଗାତାର ଦୀପକୁ ଜଳାଇ ରଖିବା ଏବଂ ଏହାକୁ ଲିଭିବାକୁ ନଦେବା । ନବରାତ୍ରୀର ୯ ଦିନ ପର୍ଯ୍ୟନ୍ତ ଲଗାତାର ୨୪ ଘଣ୍ଟା ମା’ଙ୍କ ସାମ୍ନାରେ ଦୀପ ଜଳାଇ ରଖାଯାଇଥାଏ । ମାନ୍ୟତା ଅନୁସାରେ ଅଖଣ୍ଡ ଦୀପ ଜଳାଇ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ମା’ଙ୍କ ଆଶ୍ରୀର୍ବାଦ ପ୍ରାପ୍ତ ହୋଇଥାଏ । ମା’ ପ୍ରସନ୍ନ ହୋଇ ସମସ୍ତ ମନକାମନା ପୂର୍ଣ୍ଣ କରିଥାନ୍ତି । ଦୀପ ଲିଭିବାରୁ ବଞ୍ଚାଇବା ପାଇଁ ସେଥିରେ ଘିଅ କିମ୍ବା ତେଲ ନସରିବାକୁ ଧ୍ୟାନ ଦେବାକୁ ପଡ଼ିଥାଏ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post