ଭାରତୀୟ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନ ଭି ରମନ୍ନାଙ୍କ କାର୍ଯ୍ୟକାଳ ଚଳିତମାସ ୨୬ ତାରିଖରେ ସମାପ୍ତ ହେବାକୁ ଯାଉଛି । ତାଙ୍କ ପରେ ତାଙ୍କର ଉତ୍ତରାଧିକାରୀ ଭାବେ ସେ ଜଷ୍ଟିସ ୟୁ ୟୁ ଲଲିତଙ୍କ ନାମ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିଶ କରିଛନ୍ତି । ଏହି କ୍ରମରେ ଜଷ୍ଟିସ ଉଦୟ ଉମେଶ ଲଲିତ ଚଳିତମାସ ୨୭ ତାରିଖରେ ସୁପ୍ରିମକୋର୍ଟର ୪୯ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବାକୁ ଯାଉଛନ୍ତି । ହେଲେ ସବୁଠାରୁ ବଡ କଥା କି ସେ ମାତ୍ର ୭୪ ଦିନ ପାଇଁ ଏହି ପଦରେ ରହିବେ । ଏହାର କାରଣ ହେଉଛି ଜଷ୍ଟିସ ଲଳିତ ନଭେମ୍ବର ୮ ତାରିଖରେ ଅବସର ନେବାକୁ ଯାଉଛନ୍ତି ।ଜଷ୍ଟିସ ଉଦୟ ଉମେଶ ଲଳିତ ସୁପ୍ରିମକୋର୍ଟର ସେହି କଲେଜିୟମର ନେତୃତ୍ୱ ନେବେ ଯେଉଁ କଲେଜିୟମରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ, ଜଷ୍ଟିସ କୌଲ, ଜଷ୍ଟିସ ନଜୀର ଓ ଜଷ୍ଟିସ ଇନ୍ଦୀରା ବାନାର୍ଜୀ ସାମିଲ ହେବେ । ହେଲେ ଜଷ୍ଟିସ ଇନ୍ଦୀରା ବାନାର୍ଜୀ ସେପ୍ଟେମ୍ବର ୨୩ ତାରିଖରେ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ଏମ କେ ଜୋସେଫ ସାମିଲ ହେବେ ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Next Post