ପୁରୁଷ ବର୍ଗ ଲଙ୍ଗ ଜମ୍ପ ଇଭେଣ୍ଟରେ ଶ୍ରୀଶଙ୍କର ପଦକ ଜିତି ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ପୁରୁଷ ଭାବେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଲଙ୍ଗ ଜମ୍ପ ଇଭେଣ୍ଟ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାକୁ ମିଶାଇ ଚଳିତ ପ୍ରତିଯୋଗିତାରେ ଭାରତକୁ ମୋଟ୍ ୨୦ ପଦକ ମଳିଛି । ଯୋଗ୍ୟତା ପର୍ଯ୍ୟାୟରେ ଶ୍ରୀଶଙ୍କର ଏକମାତ୍ର ପ୍ରତିଯୋଗୀ ଭାବେ ୮ମିଟରରୁ ଉଦ୍ଧ୍ୱର୍ ଜମ୍ପ କରିଥିଲେ । ଲୟକୁ ଫେରିବା ପାଇଁ ପାଇଁ ଶ୍ରୀଶଙ୍କରଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା । ତାଙ୍କର ପ୍ରଥମ ଜମ୍ପ ୭.୬୦ ମିଟର ରହିଥିଲା । ଦ୍ୱିତୀୟ ଓ ତୃତୀୟ ଜମ୍ପରେ ସେ ୭.୮୪ ମିଟର ଅତିକ୍ରମ କରିଥିଲେ । ଚତୁର୍ଥ ଜମ୍ପ ବେଳକୁ ଶ୍ରୀଶଙ୍କର ଷଷ୍ଠ ସ୍ଥାନରେ ରହିଥିଲେ ।
ସେ ଏଥର ୮.୦୮ ମିଟର ଦୂର ଜମ୍ପ କରିଥିଲେ । ବାହାମାର ଲାକ୍ୱାନ ନାଇରନ ୮.୦୮ ମିଟର ଦୂର ଜମ୍ପ ସହ ଶୀର୍ଷରେ ରହିଥିଲେ । ରୌପ୍ୟ ପଦକ ପକ୍କା ହୋଇଯାଇଥିଲା। ଅନ୍ତିମ ଜମ୍ପ ବାକି ରହିଥିଲା । କେବଳ ଶ୍ରୀଶଙ୍କର ଓ ନାଇରନଙ୍କ ମଧ୍ୟରେ ପଦକ ପାଇଁ ଶେଷ ଜମ୍ପ୍ ବାକି ଥିଲା । ଅନ୍ତିମ ଜମ୍ପ୍ରେ ମାତ୍ର ୨ ସେଣ୍ଟି ମିଟର ପାଇଁ ଶ୍ରୀଶଙ୍କରଙ୍କୁ ନାଲି ପତାକା ପ୍ରଦର୍ଶିତ କରାଯାଇଥିଲା । ଫାଉଲ ଯୋଗୁଁ ଶେଷ ଜମ୍ପ୍ ଗଣନା କରାଯାଇ ନଥିଲା ।
ନାଇରନଙ୍କ ଶେଷ ଜମ୍ପ ୭.୯୮ ମିଟର ରହିଥିଲା । ଦ୍ୱିତୀୟ ଜମ୍ପରେ ନାଇରନ ୮.୦୮ ମିଟର ଜମ୍ପ କରିଥିବାରୁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସମାନ ଦୂରତା ଅତିକ୍ରମ କରିଥିଲେ ହେଁ ଶ୍ରୀଶଙ୍କରଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।