ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଟ୍ରାକ ଆଣ୍ଡ ଫିଲ୍ଡରେ ତେଜସ୍ୱୀନ ଶଙ୍କରଙ୍କ କାଂସ୍ୟ ପଦକ ଭାରତର ପ୍ରଥମ ପଦକ ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ତେଜସ୍ୱୀନ ଶଙ୍କର ଇତିହାସ ରଚିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାର ହାଇଜମ୍ପରେ ସେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି । କାଂସ୍ୟ ପଦକ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ । ତାଙ୍କ ପ୍ରୟାସରେ ଗର୍ବିତ । ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ସେ ଏହିପରି ସଫଳତା ହାସଲ କରି ଚାଲନ୍ତୁ ।”