ରାଜ୍ୟସଭାରେ ଆଜି ଜାତୀୟ ଆଣ୍ଟି-ଡୋପିଂ ବିଲ୍, ୨୦୨୨ ପାସ୍ ହୋଇଛି । ଏହି ବିଲ୍ ଲୋକସଭାରେ ୧୭ ଡିସେମ୍ବର, ୨୦୨୧ ରେ ଉପସ୍ଥାପିତ ହୋଇଥିଲା ଏବଂ ସଂସଦୀୟ ସ୍ଥାୟୀ କମିଟି ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ମିଳିଥିବା ପରାମର୍ଶ / ସୁପାରିଶ ଆଧାରରେ ପ୍ରସ୍ତାବିତ କିଛି ସରକାରୀ ସଂଶୋଧନ ସହିତ ୨୭ ଜୁଲାଇ, ୨୦୨୨ ରେ ପାରିତ ହୋଇଥିଲା । ଏହା ୨୮ ଜୁଲାଇ, ୨୦୨୨ ରେ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା । ଏହା ସହିତ ସଂସଦରେ ବିଲ୍ ପାରିତ ହୋଇଥିଲା । ବିଲ୍ ଉପରେ ହୋଇଥିବା ଆଲୋଚନାର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି ଯେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ସର୍ବସମ୍ମତି କ୍ରମେ ଏହି ବିଲକୁ ସମର୍ଥନ କରିଛନ୍ତି ।
ବିଲ୍ ର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଉଛି:କ୍ରୀଡ଼ାରେ ଡୋପିଂ ନିଷେଧ ଏବଂ ଦେଶରେ ଡୋପିଂ ବିରୋଧୀ କାର୍ଯ୍ୟକଳାପକୁ କାର୍ଯ୍ୟକାରୀ କରିବା ପାଇଁ ଆଇନଗତ ଭାବେ ବୈଧାନିକ ବ୍ୟବସ୍ଥା
ପ୍ରସ୍ତାବିତ ବିଲ୍ କେତେକ ଦିଗ ପୂରଣ କରିବାକୁ ଇଚ୍ଛା କରେ: –
- ଆଣ୍ଟି-ଡୋପିଂରେ ଅନୁଷ୍ଠାନିକ ଦକ୍ଷତା ଗଠନ ଏବଂ ପ୍ରମୁଖ କ୍ରୀଡା ପ୍ରତିଯୋଗୀତାଣ୍ଟଗୁଡିକର ଆୟୋଜନକୁ ସକ୍ଷମ କରିବା;
- ସମସ୍ତ କ୍ରୀଡ଼ାବିତଙ୍କ ଅଧିକାରର ସୁରକ୍ଷା;
- ଆଥଲେଟମାନଙ୍କୁ ସମୟ ସୀମା ମଧ୍ୟରେ ନ୍ୟାୟ ପ୍ରଦାନ କରିବା;
- କ୍ରୀଡ଼ାରେ ଡୋପିଂ ମୁକାବିଲା କରିବାରେ ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା;
- ସ୍ୱଚ୍ଛତା ଭାବେ କ୍ରୀଡା ପାଇଁ ଆନ୍ତର୍ଜାତୀୟ ବାଧ୍ୟତାମୂଳକ ବ୍ୟବସ୍ଥା ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୃଢ କରିବା;
- ଆଣ୍ଟି-ଡୋପିଂ ବିଚାର ପାଇଁ ନିରପେକ୍ଷ ବ୍ୟବସ୍ଥା;
- ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଏବଂ ନ୍ୟାସନାଲ ଡୋପ୍ ଟେଷ୍ଟିଂ ଲାବୋରେଟୋରୀ (ଏନ୍ଡିଟିଏଲ୍) କୁ ଆଇନଗତ ମାନ୍ୟତା ପ୍ରଦାନ;
- ଅଧିକ ଡୋପ୍ ଟେଷ୍ଟିଂ ପରୀକ୍ଷାଗାର ପ୍ରତିଷ୍ଠା କରିବା;
- ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା; ଏବଂ
- ଆଣ୍ଟି-ଡୋପିଂ ସମ୍ବନ୍ଧୀୟ ଆନୁଷ୍ଠାନିକ ଗବେଷଣା, ବିଜ୍ଞାନ ଏବଂ ଉତ୍ପାଦନ ପାଇଁ ସୁଯୋଗ ସୃଷ୍ଟି
- ଭାରତରେ କ୍ରୀଡା ପାଇଁ ପୁଷ୍ଟିକର ଖାଦ୍ୟ ଉତ୍ପାଦନ ପାଇଁ ମାନକ ପ୍ରତିଷ୍ଠା