ଦେଶବାସୀଙ୍କୁ ମୋଦୀଙ୍କ ଅପିଲ । ନିଜ ସୋସିଆଲ ମିଡିଆ ଡିପି ବା କଭର ଫଟୋକୁ ବଦଳାଇବା ପାଇଁ ଅନୁରୋଧ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନିଜେ ତାଙ୍କର ସୋସିଆଲ ମିଡିଆ ଫଟୋକୁ ପରିବର୍ତ୍ତନ କରି ଏଥିରେ ତ୍ରିରଙ୍ଗା ଫଟୋ ରଖିବା ପରେ ଏହି ପରାମର୍ଶ ଦେଇଛନ୍ତି । ଦେଶ ଆଜି ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏକ ସାମୁହିକ ଆନ୍ଦୋଳନ ‘ହର ଘର ତ୍ରିରଙ୍ଗା’ ଅଭିଯାନଙ୍କୁ ପାଳନ କରୁଛି । ମୋଦୀ ଏହାକୁ ନେଇ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି ମୁଁ ଆଜି ମୋର ସୋସିଆଲ ମିଡିଆର ଡିପିକୁ ତ୍ରିରଙ୍ଗାକୁ ପରିବର୍ତ୍ତନ କରିଛି । ମୁଁ ଆପଣ ମାନଙ୍କୁ ମଧ୍ୟ ଏହା କରିବାକୁ ଅନୁରୋଧ କରୁଛି ।ଏହାସହିତ ପ୍ରଧାନମନ୍ତ୍ରୀ ପୀଙ୍ଗାଲି ଭେଙ୍କାୟାଙ୍କୁ ତାଙ୍କର ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ପୀଙ୍ଗାଲି ଭେଙ୍କାୟା ଜାତୀୟ ପତାକା ଡିଜାଇନ କରିଥିଲେ । ଆଜି ତାଙ୍କ ଜନ୍ମଦିନରେ ସେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ତ୍ରିରଙ୍ଗା ନିର୍ମାଣ ପାଇଁ ତାଙ୍କର ଯେଉଁ ଅବଦାନ ରହିଛି ତାହାକୁ ଦେଶ ସଦା ସର୍ବଦା ମନେ ରଖିବ ବୋଲି ମୋଦୀ ପ୍ରକାଶ କରିଛନ୍ତି ।
Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Prev Post