ଆଫଗାନିସ୍ତାନରେ ଆମେରିକାର ୨ ଟି ମିସାଇଲ୍ ମାଡ଼ରେ ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ ହୋଇଛି। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ସୋମବାର ଏ ସଂକ୍ରାନ୍ତରେ ଗଣମାଧ୍ୟମ ସଂସ୍ଥା ରଏଟରକୁ କହିଛନ୍ତି। ତେବେ ପ୍ରଶ୍ନ ହେଉଛି ଆୟମାନ ଅଲ ଜୱାହିରିକୁ ମାରିବା ପାଇଁ ଦୁଇଟି ମିସାଇଲ୍ ବ୍ୟବହାର କରିବା ପରେ ବି ବିସ୍ଫୋରଣର କିଛି ଚିହ୍ନ ରହିଲା ନାହିଁ କିପରି? ଆମେରିକା ଏପରି କେଉଁ ଗୁପ୍ତ ଅସ୍ତ୍ର ପ୍ରୟୋଗ କରିଛି କି? ସବୁଠାରୁ ବଡ଼ କଥା ହେଉଛି ବିସ୍ଫୋରଣରେ କେବଳ ଜୱାହିରି ହିଁ ନିହତ ହୋଇଛି। କାରଣ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଉ କେହି ବି ହେଲେ କ୍ଷତିଗ୍ରସ୍ତ ହୋଇନାହାନ୍ତି।କୁହାଯାଉଛି ଯେ ଆମେରିକା ମାକାବ୍ରେ ହେଲ୍ଫାୟାର୍ ଆର୍୯ଏକ୍ସ ପ୍ରୟୋଗ କରିଥାଇପାରେ। ଯେଉଁଥିରେ କି ୬ଟି ରେଜର୍ ପରି ବ୍ଲେଡ୍ ରହିଥାଏ। ଏହି ବ୍ଲେଡ୍ ଥିବା ହେତୁ କାହାକୁ ନିହତ କରିବାର ଟାର୍ଗେଟ ପୂରା କରାଯାଇପାରେ, ତାହା ପୁଣି ବିନା ବିସ୍ଫୋରଣରେ। ପୂର୍ବରୁ ୨୦୧୭ ମସିହାରେ ଏହି ଆର୍୯ଏକ୍ସକୁ ପ୍ରଥମେ ପ୍ରୟୋଗ କରାଯାଇଥିଲା। ସେ ସମୟରେ ଅଲକାଏଦାର ବରିଷ୍ଠ ନେତା ଅବୁ-ଅଲ୍-ଖୟାର୍ ଅଲ୍-ମସ୍ରି ସିରିୟାରେ ଏକ କାର୍ରେ ଯାତ୍ରା କରୁଥିବା ବେଳେ ତାଙ୍କୁ ଏଥିରେ ଆକ୍ରମଣ କରି ନିହତ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ପେଣ୍ଟାଗନ୍ କିମ୍ବା ସିଆଇଏ ପରି ଅସ୍ତ୍ର ସର୍ବସାଧାରଣ ସ୍ବୀକୃତିପ୍ରାପ୍ତ ନୁହେଁ।
Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Prev Post
Next Post