ଅସୁରକ୍ଷିତ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ବିଧାନସଭାରେ ହାଙ୍ଗାମା। ଶୂନ୍ୟକାଳରେ ଉଠିଲା ଏହି ପ୍ରସଙ୍ଗ । ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସରକାରଙ୍କୁ ଘେରିଥିଲେ। ବାଚସ୍ପତିଙ୍କ ରୁଲିଂ ଦାବି କରି ସେ କହିଥିଲେ ଯେ ରତ୍ନ ଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ଏବଂ ବସାଯାଇ ଥିବା କମିଶନଙ୍କ ରିପୋର୍ଟରେ କ’ଣ ? ତାକୁ ଗୃହରେ ଉପସ୍ଥାପନ କରାଯାଉନି । ତେଣୁ ଜସିଷ୍ଟ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ହାଉସରେ ଉପସ୍ଥାପନ କରାଯାଉ ବୋଲି ସେ କହିଥିଲେ। ଏହା ସହିତ ସାଲୁଜା ଆହୁରି କହିଛନ୍ତି, ଗତ ୨୧ ବର୍ଷ ଧରି ରାଜ୍ୟ ସରକାର ୨୪ଟି କମିସନ ବସାଇଛନ୍ତି । ଏ ବାବଦକୁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ ୮ଟି କମିଶନଙ୍କ ରିପୋର୍ଟ ଦାଖଲ ହୋଇପାରିନି । କମିଶନଙ୍କ କାର୍ଯ୍ୟକାଳ ଶେଷ ହେଇଯାଉଛି ତଦନ୍ତ ଆଳରେ ଅବଧି ବଢିବାରେ ଲାଗିଛି । ଯାହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
Prev Post