ବିଜେପି ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବେ ମମତା ଦିଦିଙ୍କ ନିଦ ହଜାଇଦେଇଛନ୍ତି । ମହାରାଷ୍ଟ୍ର ପରେ ପଶ୍ଚିମବଂଗରେ ବିଜେପି ସରକାର ଗଠନ କରିବାକୁ ନେଇ ଏବେ କୋଲକତାରୁ ଦିଲ୍ଲୀ ଚର୍ଚା ଆରମ୍ଭ ହୋଇଯାଇଛି । ଟିଏମସି ବିଧାୟକମାନେ ଏବେ ମିଥୁନଦାଦାଙ୍କ ସଂପର୍କରେ ରହିଛନ୍ତି ବୟାନକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଜୋର ଧରିଛି । ଏକ ସାମ୍ବାଦିକ ସମ୍ମିଳନୀ କରି ମିଥୁନ କହିଛନ୍ତି ଯେ ଟିଏମସିର ୩୮ଜଣ ବିଧାୟକ ବର୍ତ୍ତମାନ ବିଜେପି ସହ ସର୍ମ୍ପକରେ ଅଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ୨୧ଜଣ ବିଧାୟକ ତାଙ୍କ ସହ ସିଧାସଳଖ ସର୍ମ୍ପକରେ ଥିବା ସେ ଦାବି କରିଛନ୍ତି ।
ଅଭିନେତାରୁ ରାଜନେତା ହୋଇଥିବା ମିଥୁନ କହିଛନ୍ତି, ୧୮ ଟି ରାଜ୍ୟରେ ବିଜେପି ସରକାରରେ ଅଛି । ଆଗାମୀ ଦିନରେ ଅନ୍ୟ ରାଜ୍ୟରେ ମଧ୍ୟ ବିଜେପି ପତକା ଉଡିବ ବୋଲି ସେ ଦାବି କରିଛନ୍ତିି ।ମିଥୁନ ଆହୁରୀ କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପି ଲଢେଇ ଜାରି ରଖିବ । ଯଦି ଏବେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ହୁଏ, ତେବେ ବିଜେପି ସରକାର ଗଠନ କରିବ ।