ମିଡିଆ ସତରେ କଣ କଙ୍ଗାରୁ କୋର୍ଟ ଚଲାଉଛି!

ସୁପ୍ରିମ କୋର୍ଟର ମୁ୍ଖ୍ୟ ବିଚାରପତି ଜଷ୍ଟିସ ଏନ ଭି ରମନ୍ନା ଝାଡ଼ଖଣ୍ଡ ଗସ୍ତ ସମୟରେ ମିଡିଆକୁ ନେଇ ବଡ଼ କଥା କହିଛନ୍ତି । ସେ କହିଛନ୍ତି ଆଜିକାଲି ମିଡିଆ କଂଗାରୁ କୋର୍ଟ ଚଲାଇଛି । ଯାହା ମନକୁ ଆସିଲା ତାହା ଗପୁଛି । ଯାହା ଠିକ୍ ଭାବିଲା ତାହାକୁ ନ୍ୟାୟ ବୋଲି ଦର୍ଶାଉଛି । ଏଭଳି ନିଷ୍ପତ୍ତିକୁ ସାଧାରଣତ କଂଗାରୁ କୋର୍ଟ କୁହାଯାଇଥାଏ ।

ଲୋକଙ୍କୁ ସମ୍ବୋଧିତ କରିବା ବେଳେ ଦେଶର ଗଣମାଧ୍ୟମକୁ ନେଇ ଏଭଳି କିଛି କହିଛନ୍ତି ମୁଖ୍ୟ ବିଚାରପତି । ସେ କହିଛନ୍ତି କି, “ଆମେ ଦେଖିବାକୁ ପାଉଛୁ କି ଗଣମାଧ୍ୟମ ଦେଶରେ କଙ୍ଗାରୁ କୋର୍ଟ ଚଳାଇଛି, ଫଳରେ ଏଭଳି ଖବର ଦେଖିବା ପରେ ଅନୁଭବି ବିଚାରପତିମାନେ ବି ଦ୍ୱନ୍ଦରେ ପଡିଯାଉଛନ୍ତି କି କେଉଁଟି ଠିକ୍ ଓ କେଉଁଟି ଭୂଲ” । ଏହାସହ ସେ କହିଛନ୍ତି କି, ନ୍ୟାୟ ମାମଲାରେ ଗଣମାଧ୍ୟମ ଭୂଲ ସୂଚନା ଓ କାର୍ଯ୍ୟକ୍ରମ ଚଳାଇବା ଦେଶ ପାଇଁ କ୍ଷତିକାରକ । କେବଳ ଏତିକି ନୁହେଁ ମୁଖ୍ୟ ବିଚାର ପତି କହିଛନ୍ତି କି ଆମେ ଆମ ଦାୟିତ୍ୱରୁ ପଳାୟନ କରିପାରିବା ନାହିଁ । ଆମର ଦାୟିତ୍ବ କୁ ବୁଝିବାକୁ ପଡ଼ିବ ବୋଲି କହିଛନ୍ତି ଜଷ୍ଟିସ ରମନ୍ନା ।

ହେଲେ ଗଣମାଧ୍ୟମର ଏଭଳି ପ୍ରବୃତ୍ତି ଆମକୁ ଦୁଇପାଦ ପଛକୁ ଫେରାଇ ନେଉଛି । ମୁଦ୍ରିତ ଗଣମାଧ୍ୟମ ଏପର୍ଯ୍ୟନ୍ତ କିଛି ପରିମାଣର ଉତ୍ତରଦାୟିତ୍ୱ ତୁଲାଉଥିବା ବେଳେ ବୈଦ୍ୟୁତିକ ଗଣମାଧ୍ୟମ ସମ୍ପୂର୍ଣ୍ଣ ଭାବେ ତା’ର ଉତ୍ତର ଦାୟିତ୍ୱ ଭୁଲି ଯାଇଥିବା କଥା କହିଛନ୍ତି ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି । ତେବେ ସେ ସ୍ପଷ୍ଟ କରିନାହାଁନ୍ତି କେଉଁ ଖବର ପରିବେଷଣ ବେଳେ ମିଡିଆ କଂଗାରୁ କୋର୍ଟ ଭଳି କାର୍ଯ୍ୟ କରିଛି ।