ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଓଡ଼ିଶା ଗର୍ବିତ

ଭାରତୀୟ ଗଣତନ୍ତ୍ର ପାଇଁ ଦ୍ରୈାପଦୀ ମୁର୍ମୁ ଆଣିଛନ୍ତି ନୂଆ ଏକ ପରମ୍ପରା । ଭାରତ ଇତିହାସରେ ପ୍ରଥମ ଥର ଜଣେ ଅନୁସୂଚିତ ଜାତି ବର୍ଗର ମହିଳା ହୋଇଛନ୍ତି ରାଷ୍ଟ୍ରପତି । ଶ୍ରୀମତି ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ସାରା ଭାରତ ପାଇଁ ପ୍ରେରଣା ପାଲଟିଯାଇଛନ୍ତି । 15ତମ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଦ୍ରୈାପଦୀ ମୁର୍ମୁ । ଛୋଟଠୁ ବଡ଼ , ଗାଁରୁ ସହର ଏବେ ଖାଲି ଗୋଟିଏ ନାମର ଚର୍ଚା ତାହା ହେଉଛି ଦ୍ରୈାପଦୀ ମୁର୍ମୁ । ଏହା ଖାଲି ଭାରତ ପାଇଁ ନୁହେଁ ସାରା ଓଡ଼ିଶା ପାଇଁ ମଧ୍ୟ ଗୌରବର ବିଷୟ। ତାଙ୍କ ପାଇଁ ଆଜି ସମସ୍ତ ଓଡ଼ିଶାବାସୀଙ୍କ ଟେକ ରହିଛି । ସାରା ଭାରତରେ ଓଡ଼ିଶା କଥା ଚର୍ଚା ହେଉଛି । ଦେଶର ଅଧିକାଂଶ ବରିଷ୍ଠ ନେତା ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କ ଅଭିନନ୍ଦନ ଜଣାଇଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଠୁ ଆରମ୍ଭ କରି ଯଶୋବନ୍ତ ସିହ୍ନାଙ୍କ ସମେତ ସମସ୍ତ ବିରୋଧୀ ନେତା ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜନାଥ ସିଂହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ବିରୋଧୀ ମେଣ୍ଟର ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା, ଲୋଭସଭା ବାଚସ୍ପତି ଓମ ବିର୍ଲା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମେଘାଳୟ ମୁଖ୍ୟମନ୍ତ୍ରୀ କର୍ଣ୍ଣଡ ସାଙ୍ଗମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର, ନିର୍ମଳା ସୀତାରମଣ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।

ଦେଶର ପ୍ରଥମ ନାଗରିକ ହେବାରେ ୬୪ବର୍ଷୀୟା ଦ୍ରୌପଦୀ ମୁର୍ମୁ ପ୍ରଥମ ଓଡ଼ିଆ ମହିଳା । ଖାଲି ପ୍ରଥମ ଓଡ଼ିଆ କହିଲେ ହେବନି ସେ ସର୍ବକନିଷ୍ଠ। ମଧ୍ୟ ।
ଭୋଟରେ ଦେଖାଯାଇଛି ଯେତିକି ଆଶା କରାଯାଇନଥିଲା ତାଠୁ ଅଧିକ ଭୋଟ ମିଳିଛି ଦ୍ରୈାପଦୀ ମୁର୍ମୁଙ୍କୁ ।

ମୋଟ ତିନି ପର୍ଯ୍ୟାୟ ଗଣତି ହୋଇଥିଲା ସବୁ ରାଉଣ୍ଡରେ ଦ୍ରୈାପଦୀ ମୁର୍ମୁ ଆଗରେ ଥିଲେ । ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ଦ୍ରୌପଦୀଙ୍କୁ ୭୪୮ ସାଂସଦଙ୍କ ମଧ୍ୟରୁ ୫୪୦ଜଣଙ୍କ ଭୋଟ୍‌ ମିଳିଥିବାବେଳେ ଯଶୋବନ୍ତଙ୍କୁ ମିଳିଥିଲା ୨୦୮ ଭୋଟ୍‌। ସେହିଭଳି ଦ୍ବିତୀୟ ପର୍ଯ୍ୟାୟ ସୁଦ୍ଧା ମୁର୍ମୁଙ୍କ ୮୦୯ ଭୋଟ୍‌ ମିଳିଥିଲା; ଯାହାର ମୂଲ୍ୟ ଥିଲା 1ଲକ୍ଷ 5ହଜାର299। ସେହିଭଳି ଯଶୋବନ୍ତଙ୍କୁ ୩୨୯ ଖଣ୍ଡ ଭୋଟ୍‌ ମିଳିଥିଲା; ଯାହାର ମୂଲ୍ୟ ଥିଲା ୪୪ହଜାର ୨୭୬। ତୃତୀୟ ପର୍ଯ୍ୟାୟ ଗଣତିବେଳେ ମୁର୍ମୁଙ୍କୁ ୫୩ପ୍ରତିଶତ ଭୋଟ୍‌ ମିଳିବା ପରେ ତାଙ୍କ ବିଜୟ ସୁନିଶ୍ଚିତ ହୋଇଥିଲା। ଅପରାହ୍ଣ ୫ଟାରେ ଗଣତି ଶେଷ ହୋଇଥିଲା ଓ ସନ୍ଧ୍ୟା ୮ଟାରେ ଫଳାଫଳ ଘୋଷଣା କରାଯାଇଥିଲା। 2824 ଭୋଟ ମିଳିଥିଲା ଦ୍ରୈାପଦୀ ମୁର୍ମୁଙ୍କୁ । ଯାହାର ମୂଲ୍ୟ ହେଉଛି 6,76,803 । ସେହିପରି 1887 ଭୋଟ ମିଳିଥିଲା ଯଶୋବନ୍ତ ସିହ୍ନାଙ୍କୁ ଯାହାର ଭୋଟ ମୂଲ୍ୟ ହେଉଛି 3,80,177 । ଆନ୍ଧ୍ରପ୍ରଦେଶରୁ ଶତକଡା 100 ଭୋଟ ପାଇଥିଲେ ଦ୍ରାୈପଦୀ ମୁର୍ମୁ । ସେଠାରେ ବିଜେପିର ଗୋଟିଏ ବିଧାୟକ ନଥିଲେ ମଧ୍ୟ ସମସ୍ତେ ଦ୍ରାୈପଦୀଙ୍କୁ ଭୋଟ ଦେଇଥିଲେ । ଅରୁଣାଚଳ ପ୍ରଦେଶରେ ମଧ୍ୟ ଭଲ ଭୋଟ ପାଇଛନ୍ତି ମୁର୍ମୁ । ସେହିପରି ମଣିପୁରରେ ମଧ୍ୟ ଦ୍ରୈାପଦୀଙ୍କୁ ସମସ୍ତ ଭୋଟ ମିଳିଛି । ଓଡ଼ିଶାରେ ତାଙ୍କ ବିରୋଧରେ 9ଟି ଭୋଟ ପଡ଼ିଛି । 146 ବିଧାୟକଙ୍କ ମଧ୍ୟରୁ 9 ଜଣ ବିଧାୟକ ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେଇନାହାଁନ୍ତି ବାକି ସମସ୍ତେ ଦେଇଛନ୍ତି । ତେବେ ପଶ୍ଚିମବଂଗ, କେରଳ, ଦିଲ୍ଲୀ ପଂଜାବ, ଛତିଶଗଡ଼, ତାମିଲନାଡୁ, ରାଜସ୍ଥାନରେ ଶ୍ରୀମତୀ ମୁର୍ମୁଙ୍କ ଅପେକ୍ଷା ଯଶୋବନ୍ତ ସିଂହ୍ନାଙ୍କୁ ଅଧିକ ଭୋଟ ମିଳିଛି । କେରଳରେ ସିହ୍ନାଙ୍କୁ 99 ପ୍ରତିଶତ, ତେଲେଙ୍ଗନାରେ 97 ପ୍ରତିଶତ ଭୋଟ ମିଳିଛି ।
ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ ୪୪ଟି ଓ ଯଶୋବନ୍ତଙ୍କୁ ୩୪ଟି ଦଳଙ୍କ ସମର୍ଥନ ମିଳିଥିଲା। ସେହିପରି ୧୦ଟି ରାଜ୍ୟରୁ ଦ୍ରୌପଦୀଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଥିଲା।
ଫଳାଫଳ ଘୋଷଣା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଦ୍ରୌପଦୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ସମ୍ପ୍ରଦାୟର ହୋଇଥିବାବେଳେ ସେ ଏନ୍‌ଏସି କାଉନ୍‌ସିଲର୍ ପଦରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରି ରାଷ୍ଟ୍ରପତି ପ୍ରାର୍ଥୀ ହେବାରେ ପ୍ରଥମ।