ଦୀର୍ଘଦିନ ହେବ ଏଲଏସିରେ ଭାରତ ଚୀନ ମଧ୍ୟରେ ଆଲୋଚନା ପାଇଁ ବୈଠକ ଉପରେ ବୈଠକ ବସୁଥିଲେ ବି ଚୀନ୍ ତାର ବିସ୍ତାରବାଦି ନିତିକୁ ଛାଡୁନି । ଏଲଏସିରେ ଚୀନ୍ ନୂଆ ହାଇୱେ ବନାଇବାକୁ ଯୋଜନା କରୁଛି ।ମିଳିଥିବା ରିପୋର୍ଟ ଅନିଯାୟୀ, ତିବତ୍ତର ଲୁଂଜଠାରୁ ନେଇ ସିଂଙ୍ଗଜିଆ କ୍ଷେତ୍ରଯାଏଁ ଦୀର୍ଘଗାମୀ ହାଇୱେ ବନାଇବାକୁ ଯୋଜନା କରୁଛି ଚୀନ୍ । ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଲୁଞ୍ଜ କାଉଣ୍ଟି ଅରୁଣାଚଳ ପ୍ରଦେଶର ଏକ ଅଂଶ, ଯାହାକୁ ଚୀନ୍ ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି କହିଛି।
ଜି -୬୬୫ ନାମରେ ଜଣାଶୁଣା ଏହି ରାଜପଥ ଗତ ସପ୍ତାହରେ ପ୍ରକାଶିତ ଯୋଜନା ଅନୁଯାୟୀ କୋନା କାଉଣ୍ଟି ଦେଇ ଯିବ ବୋଲି ଆଶା କରାଯାଉଛି। ଏହା ପ୍ରକୃତ ନିୟନ୍ତ୍ରଣ ରେଖା (ଖଇଉ)ର ଠିକ୍ ଉତ୍ତରରେ ଅବସ୍ଥିତ |ତେବେ ଚୀନର ଏହି ବିସ୍ତାରବାଦୀ ନୀତିକୁ ନେଇ ଭାରତୀୟ ସେନା କହିଥିଲା । ଏଲଏସି ନିକଟରେ ବଡ ପରିମାଣରେ ଚୀନ୍ ନିଜର ଇମଫାଷ୍ଟ୍ରକଚର୍ ଡେଭଲପ୍ କରୁଛି । ଚୀନ୍ ସୀମା ନିକଟରେ ସଡକ, ରେଳ ଏବଂ ଏୟାର କନେକ୍ଟିଭିଟି ବଡାଉଛି । ଏହାଦ୍ୱାରା ପିଏଲଏର କ୍ଷମତା ବଢିବ ।